ମୁହଁ ଘୋଡ଼ାଇ ନ୍ୟୁଜ୍‌ ପଢ଼ିବେ ମହିଳା ଉପସ୍ଥାପିକା

କାବୁଲ,୧୯।୫: ଆଫଗାନିସ୍ତାନରେ ଏବେ ତାଲିବାନୀ ଶାସନ ଚାଲିଛି। ଦିନକୁ ଦିନ ତାଲିବାନ ସରକାରଙ୍କ କ୍ରୁରତା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ବର୍ତ୍ତମାନ ଆଫଗାନିସ୍ତାନରେ ସମସ୍ତ ଟିଭି ଚ୍ୟାନେଲର ମହିଳା ଉପସ୍ଥାପିକା କାର୍ଯ୍ୟକ୍ରମ ପ୍ରସାରଣ କଲା ବେଳେ ନିଜ ମୁହଁକୁ ଘୋଡ଼ାଇ ରଖିବେ। ତାଲିବାନ ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଆଫଗାନିସ୍ତାନର ପାପ ପୁଣ୍ୟ ମନ୍ତ୍ରଣାଳୟ ଏବଂ ସୂଚନା ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିବୃତି ଜାରି କରାଯାଇଛି। ଏହା ଚୂଡ଼ାନ୍ତ ନିର୍ଦ୍ଦେଶନାମା ଓ ଏଥିରେ ବୁଝାମଣା କରାଯିବନି ବୋଲି କୁହାଯାଇଥିବା ଟିଓଏଲ୍‌ଓ ନ୍ୟୁଜ୍‌ ଚ୍ୟାନେଲ ପକ୍ଷରୁ ଟୁଇଟ୍‌ କରାଯାଇଛି।

Share