ଆସନ୍ତା ସପ୍ତାହକୁ ଅପେକ୍ଷା

କାବୁଲ,୪।୯: ଆଫଗାନିସ୍ତାନରେ ନୂଆ ସରକାର ଗଠନକୁ ତାଲିବାନ ଆସନ୍ତା ସପ୍ତାହକୁ ସ୍ଥଗିତ ରଖିଛି। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍‌ ଶନିବାର ଏହି ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ ସମୁଦାୟରେ ଗ୍ରହଣୀୟ ହେବା ଭଳି ସହମତି ଭିତ୍ତିକ ସମାବେଶୀ ପ୍ରଶାସନ ଗଠନ କରିବା ଲାଗି ସଂଗଠନ ଉଦ୍ୟମ ଜାରି ରଖିଛି। ତାଲିବାନର ସହପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଗନି ବରାଦରଙ୍କ ନେତୃତ୍ୱରେ ଶନିବାର ନୂଆ ସରକାର ଘୋଷଣା ହେବା ଆଶା କରାଯାଉଥିଲା। ୨/୩ ଦିନ ପରେ ନୂଆ ସରକାର ଘୋଷଣା ହୋଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ପଞ୍ଜଶିର ଉପତ୍ୟକାରେ ରେଜିଷ୍ଟାଣ୍ଟ ଫୋସ୍‌ ଓ ତାଲିବାନ ମଧ୍ୟରେ ଶନିବାର ପୁଣି ଲଢ଼େଇ ଚାଲିଥିବା ଖବର ମିଳିଛି। ସରକାର ଘୋଷଣା କରିବା ପୂର୍ବରୁ ତାଲିବାନ ପଞ୍ଜଶିର ପ୍ରତିରୋଧକୁ ଧ୍ୱଂସ କରିବାକୁ ଚାହୁଁଛି। ଆସନ୍ତା ସପ୍ତାହରେ ନୂଆ ସରକାର ଓ ମନ୍ତ୍ରିମଣ୍ଡଳ ଘୋଷଣା ହେବ ବୋଲି ମୁଜାହିଦ କହିଛନ୍ତି।

Share