ଟଙ୍କା ଉଠାଣ ଉପରେ କଟକଣା ଲଗାଇଲା ତାଲିବାନ୍‌

କାବୁଲ, ୨୯ା୮: ଆଫଗାନିସ୍ତାନରେ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଲଗାଇଛି ତାଲିବାନ୍‌। ଲୋକେ ସପ୍ତାହକୁ ଅତିବେଶୀରେ ୨ ଶହ ଡଲାର (ପ୍ରାୟ ୧୪ ହଜାର ୭ଶହ ଟଙ୍କା) ଉଠାଇପାରିବେ । ଏନେଇ ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କ ଦେ ଆଫଗାନିସ୍ତାନ ବ୍ୟାଙ୍କ(ଡିଏବି) ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛି। ଦେଶରେ ଆର୍ଥିକ ସମସ୍ୟା ଦେଖାଯାଇଥିବାରୁ ଅସ୍ଥାୟୀ ଭାବେ ଏପରି କଟକଣା ଲାଗୁ କରାଯାଇଛି ବୋଲି ଡିଏବି ପକ୍ଷରୁ କୁହାଯାଇଛି। କାବୁଲରେ ତାଲିବାନ୍‌ ପ୍ରବେଶ ପରେ ସେଠାରେ ବ୍ୟାଙ୍କିଙ୍ଗ ସେବା ବାଧାପ୍ରାପ୍ତ ହେବାରୁ ଲୋକଙ୍କ ସମସ୍ୟା ଆହୁରି ବଢ଼ିଛି।

Share