Advertisement

Taliban Restrictions in Afghanistan: ଆଫଗାନିସ୍ତାନରେ ଗୀତ ଶୁଣିବାରୁ ୧୦ ଗିରଫ…

କାବୁଲ,୮।୨ : ତାଲିବାନ ଆଫଗାନିସ୍ତାନରେ ଶାସନ କରିବା ପରେ ସାଧାରଣ ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଜାରି ରଖିଛି। ତାଲିବାନ ଅନେକ ପ୍ରତିବନ୍ଧକ ଲଗାଇଛି ଏବଂ ନିକଟରେ ଗୀତ ଶୁଣିବା ପାଇଁ ଲୋକଙ୍କୁ ଗିରଫ କରାଯାଉଛି।

ଆଫଗାନିସ୍ତାନର ୟେଙ୍ଗୀ କାଲା ଜିଲାରେ ଗୀତ ଶୁଣିବା ଏବଂ ବାଦ୍ୟଯନ୍ତ୍ର ବଜାଇବା ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ତାଖର ପ୍ରଦେଶର ସୂତ୍ରରୁ ପ୍ରକାଶ। ତାଲିବାନ ଗତ ଦୁଇ ବର୍ଷ ଧରି ଆଫଗାନିସ୍ତାନର ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଚାଲିଛି।

ଲୋକମାନେ କହିଛନ୍ତି ସେମାନେ ଏବେ ନିଜ ଘରେ ମଧ୍ୟ ସୁରକ୍ଷିତ ନୁହନ୍ତି। ତାଲିବାନ ସଦସ୍ୟମାନେ ୟେଙ୍ଗି କାଲା ଜିଲାର ସଫି ମଙ୍ଗଲ ଗ୍ରାମରେ ଚଢ଼ାଉ କରି ଗୀତ ଶୁଣୁଥିବା ଅଭିଯୋଗରେ ଗିରଫଦାରୀ କରାଯାଇଛି।

ସ୍ଥାନୀୟ ତାଲିବାନ ଅଧିକାରୀମାନେ ମଧ୍ୟ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ନାଚ, ଗୀତ ଶୁଣିବା ଏବଂ ବାଦ୍ୟଯନ୍ତ୍ର ବଜାଇବା ପାଇଁ ସେମାନଙ୍କୁ ଅଟକ ରଖାଯାଇଛି। ତାଲିବାନ ଆଫଗାନିସ୍ତାନର ଲୋକଙ୍କୁ ସଙ୍ଗୀତ ବଜାଇବା ଏବଂ ନାଚିବାକୁ ବାରଣ କରିଛି।

ତାଲିବାନ ଶାସନରେ କାହାକୁ ବାଦ୍ୟଯନ୍ତ୍ର ବଜାଇବା, ଗୀତ ଗାଇବା କିମ୍ବା ନାଚିବାକୁ ଅନୁମତି ଦିଆଯାଇ ନାହିଁ। ଏହି ନିୟମ ବିବାହ ସମାରୋହରେ ମଧ୍ୟ ପ୍ରଯୁଜ୍ୟ। ଯଦି ଏପରି କରାଯାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତାଲିବାନ ମଧ୍ୟ ମହିଳାମାନଙ୍କୁ ସାରା ଦେଶରେ ବିୟୁଟି ପାର୍ଲର ଚଳାଇବାକୁ ବାରଣ କରିଛି।

Share