କାବୁଲ,୧୫।୮: ଆଫଗାନିସ୍ତାନରେ ତାଲିବାନ ସରକାରକୁ ୨ ବର୍ଷ ପୂରଣ ହୋଇଛି। ୧୫ ଅଗଷ୍ଟ, ୨୦୨୧ରେ ତାଲିବାନ କାବୁଲ ଉପରେ କବଜା କରି ନିଜର ସରକାର ଗଠନ କରିଥିବା ଘୋଷଣା କରିଥିଲା। ଆଫଗାନିସ୍ତାନ ଇତିହାସରେ ଏହି ତାରିଖ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ, ଦୁଇ ବର୍ଷ ପରେ ମଧ୍ୟ ତାଲିବାନ ଆନ୍ତର୍ଜାତୀୟ ମାନ୍ୟତା ପାଇନାହିଁ, କିନ୍ତୁ ଏହା ପାକିସ୍ତାନ, ଚାଇନା ଭଳି ଦେଶ ସହ ସମ୍ପର୍କ ବଜାୟ ରଖିଛି।
ତାଲିବାନ ଶାସନର ଗତ ଦୁଇ ବର୍ଷ ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି। ଆଫଗାନିସ୍ତାନରେ ତାଲିବାନ କିପରି ଭାବରେ ସରକାର ଚଳାଇଛି ସେ ନେଇ ଅନେକ ପ୍ରଶ୍ନ ଉଠିଛି। କ୍ଷମତାକୁ ଫେରିବା ପରେ ତାଲିବାନ ପ୍ରତିଶ୍ରୁତି ଦେଇଥିଲା ଯେ ଦେଶରେ ମହିଳାଙ୍କ ଅବସ୍ଥା ସୁଧୁରିବ, କିନ୍ତୁ ତାହା ହୋଇନାହିଁ। ତାଲିବାନ ମଧ୍ୟ କିଛି ପରିମାଣରେ ସଫଳ ହୋଇଛି ଯେଉଁଥିରେ ସୁରକ୍ଷା ମୁଖ୍ୟ ଅଟେ।
ତାଲିବାନର ପ୍ରତ୍ୟାବର୍ତ୍ତନ ସେତେବେଳେ ସମ୍ଭବ ହେଲା ଯେତେବେଳେ ଆମେରିକା ୨୦ବର୍ଷ ପରେ ଆଫଗାନିସ୍ତାନ ଛାଡିବାକୁ ନିଷ୍ପତ୍ତି ନେଇଥିଲା। ଆମେରିକାର ଦେଶ ଛାଡିବାର ପଦ୍ଧତି ବିଷୟରେ ମଧ୍ୟ ପ୍ରଶ୍ନ ଉଠିଥିଲା। ଆମେରିକାର ଏହି ନିଷ୍ପତ୍ତି ହେତୁ ତାଲିବାନ ବିରୁଦ୍ଧରେ ସାହାଯ୍ୟ କରିଥିବା ଲୋକଙ୍କୁ ଶୀଘ୍ର ଦେଶ ଛାଡିବାକୁ ପଡିଲା। ସେମାନେ ଭୟ କରୁଥିଲେ ଯେ ସେମାନଙ୍କୁ ବଞ୍ଚାଇବା ପାଇଁ ଆମେରିକା ଆଉ ନାହିଁ ଏବଂ ତାଲିବାନ ସେମାନଙ୍କ ବିରୋଧରେ କାର୍ଯ୍ୟ କରିବ।