କାବୁଲ,୨୩।୯: ଆଫଗାନିସ୍ତାନରେ ବନ୍ଧୁକ ମୁନରେ କ୍ଷମତା ଦଖଲ କରିଥିବା ତାଲିବାନ୍ ପାଇଁ ଏବେ ଗୋଟିଏ ପରେ ଗୋଟିଏ ନୂଆ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। କାବୁଲ ବିଶ୍ୱବିଦ୍ୟାଳୟର କୁଳପତି ମହମ୍ମଦ ଓସମାନ ବାବୁରିଙ୍କୁ ତାଲିବାନ ବୁଧବାର ବରଖାସ୍ତ କରିଛି। ତାଙ୍କ ସ୍ଥାନରେ ମହମ୍ମଦ ଅଶରଫ ଘୈଇରାଟଙ୍କୁ ନିଯୁକ୍ତ କରାଯାଇଛି। ଓସମାନ ପିଏଚଡି ଡିଗ୍ରୀ କରିଥିବାବେଳେ ଘୈଇରାଟ କେବଳ ଗ୍ରାଜୁଏଶନ ପାଶ୍ କରିଛନ୍ତି। ଏହାର ପ୍ରତିବାଦରେ ବିଶ୍ୱବିଦ୍ୟାଳୟର ୭୦ ଅଧ୍ୟାପକ ସାମୁହିକ ଇସ୍ତଫା ପ୍ରଦାନ କରିଛନ୍ତି।
ଦେଶର ଶିକ୍ଷା ବ୍ୟବସ୍ଥାରେ ତାଲିବାନ୍ର ଏଭଳି ହସ୍ତକ୍ଷେପ ଯୋଗୁ ସୋସିଆଲ ମିଡ଼ିଆରେ ଏହାକୁ ବିରୋଧ କରାଯାଇଛି। ତାଲିବାନ୍ ଯୋଗ୍ୟତା ସମ୍ପର୍କରେ ଅବଗତ ନ ଥାଏ ଦେଶର ଶିକ୍ଷା ନୀତିକୁ ଓଲଟ ପାଲଟ କରୁଥିବା ଅଭିଯୋଗ ହୋଇଛି।