ବିବାହରେ ମ୍ୟୁଜିକ ପାଇଁ ୩ ଜଣଙ୍କୁ ହତ୍ୟା

କାବୁଲ,୧।୧୧: ତାଲିବାନୀ ପରିଚୟ ଦେଇ ଆଫଗାନିସ୍ତାନର ପୂର୍ବାଞ୍ଚଳରେ ଏକ ବିବାହ ଭୋଜିରେ ମ୍ୟୁଜିକ ଚାଲୁ କରିବାରୁ ୩ ଜଣଙ୍କୁ ହତ୍ୟା କରିଥିଲେ କିଛି ବନ୍ଧୁକଧାରୀ। ହତ୍ୟାକାଣ୍ଡ ଘଟାଇଥିବା ୨ ବନ୍ଧୁକଧାରୀଙ୍କୁ ଗିରଫ କରାଯାଇଛି ଓ ଇସ୍ଲାମିକ୍‌ ଏମିରେଟ୍‌ ସହ ସେମାନଙ୍କ କୌଣସି ସମ୍ପର୍କ ନାହିଁ। ଏ ନେଇ ସୂଚନା ଦେଇଛନ୍ତି ତାଲିବାନ ସରକାରଙ୍କ ପ୍ରବକ୍ତା ଜାବିହୁଲା ମୁଜାହିଦ।

“ଗତ ରାତିରେ ନାଙ୍ଗାରହାରସ୍ଥିତ ଶାମାସପୁର ମାର ଘୁଣ୍ଡି ଗ୍ରାମର ହାଜି ମଲାଙ୍ଗ ଜାନରେ ଆୟୋଜିତ ହୋଇଥିଲା ଏକ ବିବାହ ଭୋଜି। ୩ ବନ୍ଧୁକଧାରୀ ତାଲିବାନୀ ପରିଚୟ ଦେଇ ମ୍ୟୁଜିକ ବନ୍ଦ କରିବା ପାଇଁ ଗୁଳି ଚଳାଇଥିଲେ। ଫଳରେ ଅତିକମ୍‌ରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ହେପାଜତକୁ ନିଆଯାଇଛି। ଖସି ପଳାଇଥିବା ଅନ୍ୟ ଜଣେ ଧରା ପଡ଼ି ନାହାନ୍ତି। ଅପରାଧୀମାନେ ସେମାନଙ୍କ ବ୍ୟକ୍ତିଗତ ପ୍ରତିଶୋଧ ନେବା ପାଇଁ ଇସ୍ଲାମିକ୍‌ ଏମିରେଟ୍‌ ପରିଚୟ ଦେଇ ଏଭଳି ଘଟାଇଛନ୍ତି। ସେମାନଙ୍କୁ ଶରିଆ ଦଣ୍ଡରେ ଦଣ୍ଡିତ କରାଯିବ” ବୋଲି ମୁଜାହିଦ କହିଛନ୍ତି।

 

Share