ଛାତ୍ରୀଙ୍କୁ ସ୍କୁଲ ଆସିବା ମନା

ଇସ୍ତାନବୁଲ୍‌, ୧୮।୯: ଆଫଗାନିସ୍ତାନରେ ଶନିବାରଠାରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହେବାକୁ ଯାଉଥିବା ବେଳେ କେବଳ ଛାତ୍ର ଏବଂ ପୁରୁଷ ଶିକ୍ଷକମାନଙ୍କୁ ସ୍କୁଲ ଆସିବାକୁ ତାଲିବାନ ଶିକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଛାତ୍ରୀ ଏବଂ ଶିକ୍ଷୟିତ୍ରୀମାନଙ୍କୁ ସ୍କୁଲ ଆସିବା ଲାଗି ଅନୁମତି ମିଳିନାହିଁ। ତାଲିବାନ୍‌ ଶାସନରେ ବାଳିକା ଓ ମହିଳାମାନଙ୍କ ଉପରେ କଟକଣା କଡ଼ାକଡ଼ି ହୋଇଛି। ପୂର୍ବରୁ ତାଲିବାନ ପ୍ରଥମରୁ ଷଷ୍ଠଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଙ୍କୁ ସ୍କୁଲ ଯିବା ଲାଗି ଅନୁମତି ଦେଇଥିଲା। ଗତ ମାସରେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ମହିଳା ଓ ଯୁବତୀମାନଙ୍କ ସ୍କୁଲ୍‌ ଓ କାର୍ଯ୍ୟସ୍ଥଳକୁ ଯିବା ଉପରେ ନିଷିଦ୍ଧାଦେଶ ଜାରି କରିଥିଲା। କେତେକ ପ୍ରଦେଶରେ ସ୍ବାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରକୁ ବାଦ୍‌ ଦେଲେ ଅନ୍ୟ କାର୍ଯ୍ୟ ଲାଗି ମହିଳାମାନଙ୍କୁ ଅନୁମତି ଦିଆଯାଉ ନାହିଁ।

Share