‘ଆମେ କାହା ପାଇଁ ବିପଦ ଛିଡ଼ା କରିବୁ ନାହିଁ’

ନୂଆଦିଲ୍ଲୀ,୧୭।୮ : ଆଫଗାନିସ୍ତାନ ଗାଦିରେ ବସି ସାରିଛି ତାଲିବାନ। ଏହା ପୂରା ବିଶ୍ୱ ପାଇଁ ପାଲଟିଛି ଚିନ୍ତାର କାରଣ। କିନ୍ତୁ ତାଲିବାନ ନେତୃତ୍ୱାଧୀନ ସରକାର କୌଣସି ଦେଶ ପ୍ରତି ବିପଦ ଛିଡ଼ା କରିବ ନାହିଁ। ଏ ନେଇ ତାଲିବାନ ପ୍ରବକ୍ତା ଜାବିହୁଲା ମୁଜାହିଦ କହିଛନ୍ତି।

ରାଜଧାନୀ କାବୁଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଜାହିଦ କହିଛନ୍ତି, ଇସଲାମିକ ସରକାର ଖୁବ୍‌ ଶୀଘ୍ର ପ୍ରତିଷ୍ଠା କରାଯିବ। ଆମର କାହା ସହ ଶତୃତା ନାହିଁ। ଆମ ନେତାଙ୍କ ନିର୍ଦ୍ଦେଶକ୍ରମେ ଆମେ ସଭିଙ୍କୁ କ୍ଷମା କରୁଛୁ।

ଏଥିସହ ସଂଘର୍ଷ ବେଳେ ତାଲିବାନ ବିରୋଧରେ ଲଢ଼ିଥିବା ପୂର୍ବତନ ସୈନ୍ୟବାହାନୀ ସଦସ୍ୟ ଓ ବୈଦେଶିକ ଶକ୍ତି ପାଇଁ କାର୍ଯ୍ୟ କରିଥିବା ଲୋକଙ୍କ ବିରୋଧରେ କୌଣସି ପ୍ରତିଶୋଧ ନିଆଯିବ ନାହିଁ। କାହା ଘର ଖୋଜା ଯିବ ନାହିଁ ବୋଲି ମୁଜାହିଦ କହିଛନ୍ତି।

 

Share