କାବୁଲ,୩୦ ।୮: ଆଫଗାନିସ୍ତାନରେ ତାଲିବାନ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ ରବିବାର କାବୁଲରେ ହୋଇଥିବା ଆମେରିକାର ଡ୍ରୋନ୍ ଆକ୍ରମଣକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଅନ୍ୟ ଦେଶରେ ନିଜ ମନଇଚ୍ଛା ଆକ୍ରମଣ କରିବା ବେଆଇନ । ଏହି ଆକ୍ରମଣରେ ୭ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ମୁଜାହିଦ ଚାଇନାର ଟେଲିଭିଜନ ଚ୍ୟାନେଲ ସିଜିଟିଏନକୁ ଏକ ଲିଖିତ ଜବାବରେ କହିଛନ୍ତି ଯଦି ଆଫଗାନିସ୍ତାନରେ କୌଣସି ସମ୍ଭାବ୍ୟ ଅସୁବିଧା ଥିଲା ତେବେ ଏହାର ସୂଚନା ତାଲିବାନକୁ ଦେବାର ଥିଲା । ମାତ୍ର` ଏପରି ଭାବେ ଅନ୍ୟ ଦେଶ ଉପରେ ଆକ୍ରମଣ କରିବା ଠିକ୍ ନୁହେଁ । ଅନ୍ୟପଟେ ପେଣ୍ଟାଗନର ଅଧିକାରୀମାନେ ସୂଚନା ଦେଇଛନ୍ତି କି ଆତ୍ମଘାତି କାର ଆକ୍ରମଣକାରୀ କାବୁଲ ବିମାନବନ୍ଦର ନିକଟରେ ସେହି ସ୍ଥାନରେ ଆକ୍ରମଣ ପାଇଁ ଯୋଜନା କରୁଥିଲା ଯେଉଁଠାରେ ଆମେରିକା ସେନା ଆଫଗାନିସ୍ତାନରୁ ଫେରିବାର ଅନ୍ତିମ ପର୍ଯ୍ୟାୟରେ ଥିଲେ । ତେଣୁ ଆକ୍ରମଣ ଆଶଙ୍କାକୁ ଲକ୍ଷ୍ୟ କରି ଆମେ ଏଭଳି ପଦକ୍ଷେପ ନେଇଛୁ । ଆମେରିକା ସେଣ୍ଟ୍ରାଲ କମାଣ୍ଡ କହିଛି ଡ୍ରୋନ ଆକ୍ରମଣରେ ମୃତ ସାଧାରଣ ନାଗରିକଙ୍କର ତଥ୍ୟ ସଂଗ୍ରହ କରାଯାଉଛି ।