ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇଲେ ତାଲିବାନ

କାବୁଲ,୧୮।୮: ଆଫଗାନିସ୍ତାନ ରେ ହିଂସାର ପରିସ୍ଥିତି ସୃଷ୍ଟି ହୋଇଛି। ଦେଶକୁ ତାଲିବାନ ନିଜ ହାତକୁ ନେବା ପରେ ବର୍ବର କାଣ୍ଡ ଘଟାଉଛନ୍ତି। ବୁଧବାର ସରକାରୀ ଅଫିସରେ ଦେଶର ଜାତୀୟ ପତାକା ଲଗାଇବା ଦାବିରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ତାଲିବାନ ସଂଗଠନର ସଦସ୍ୟମାନେ ଆଖି ବୁଜା ଗୁଳିମାଡ କରିଛନ୍ତି। ସେହିପରି ବିକ୍ଷୋଭକୁ ନିଜ କ୍ୟାମେରାରେ କଏଦ କରୁଥିବା କିଛି ଖବରଦାତାମାନଙ୍କୁ ବି ତାଲିବାନୀ ମାଡ ମାରିବାକୁ ପଛାଇ ନାହାନ୍ତି। ସାମ୍ନାକୁ ଆସିଥିବା ଭିଡିଓରେ ଶତାଧିକ ଲୋକ ଆଫଗାନ ପତାକା ଧରି ରାସ୍ତାରେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ହଠାତ୍‌ ଭିଡ ଉପରକୁ ଗୁଳିମାଡ କରାଯାଉଛି। ତେବେ ଗୁଳିମାଡ କେହି ମୃତାହତ ହୋଇଛନ୍ତି କି ସେକଥା ଜଣାପ ସେହିପରି ଶିହେଟ ମିଲିସିଆ ନେତା ଅବଦୁଲ ଅଲୀ ମଜାରୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ମଜାରୀ ୧୯୯୦ରୁ ତାଲିବାନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲେ। କିନ୍ତୁ ୧୯୯୬ରେ ତାଲିବାନୀମାନେ ଆଫଗାନରେ କ୍ଷମତା ଦଖଲ କରିବା ପରେ ତାଙ୍କୁ ଅପହରଣ କରି ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିଥିଲେ। ହାଜାରା ସଂଖ୍ୟାଲଘୁ ସଂପ୍ରଦାୟର ମଜାରୀଙ୍କୁ ହତ୍ୟା କରିବା ପରେ ତାଲିବାନୀମାନେ ହେଲିକପ୍ଟରରୁ ତଳକୁ ଫୋପାଡି ଦେଇଥିଲେ।

 

Share