କାନ୍ଦାହାରକୁ କବ୍‌ଜା କଲା ତାଲିବାନ

କାବୁଲ,୧୩।୮: ତାଲିବାନ ଆଫଗାନିସ୍ତାନର ପ୍ରମୁଖ ସହରଗୁଡ଼ିକୁ ଅକ୍ତିଆର କରବାରେ ଲାଗିଛି। ଏବେ ତାଲିବାନମାନେ କାନ୍ଦାହାରକୁ ମଧ୍ୟ ନିଜ କବ୍‌ଜାକୁ ନେଇଯାଇଛନ୍ତି। ଏହା ବ୍ୟତୀତ ତାଲିବାନ ମଧ୍ୟ ଆଫଗାନିସ୍ତାନର ରାଜଧାନୀ କାବୁଲ ନିକଟରେ ପହଞ୍ଚିଛି। ତାଲିବାନ ମଧ୍ୟ ଦଶମ ପ୍ରାଦେଶିକ ରାଜଧାନୀ ଗଜନୀକୁ କାବୁ କରିଛି। ସେପଟେ ହେଲମନ୍ଦ ପ୍ରଦେଶର ରାଜଧାନୀ ଲଶ୍କରଗାହ ଠାରେ ଥିବା ପୋଲିସ ମୁଖ୍ୟାଳୟକୁ ମଧ୍ୟ ଜବତ କରିଛି। ତାଲିବାନ ୬ଟି ସହରରୁ ୧,୦୦୦ ହଜାରରୁ ଅଧିକ ଅପରାଧୀ ଏବଂ ଡ୍ରଗ ଚୋରା ଚାଲାଣକାରୀଙ୍କୁ ମୁକ୍ତ କରିଛି।
ଜଣେ ଆଫଗାନିସ୍ତାନ ସଂସଦୀୟ ସଦସ୍ୟ ଏବଂ ଦୁଇ ଆଫଗାନିସ୍ତାନ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ, ତାଲିବାନ ଆତଙ୍କବାଦୀମାନେ ଗାଜନିର ପ୍ରାଦେଶିକ ରାଜଧାନୀକୁ କାବୁ କରିଛନ୍ତି। ଗତ କିଛି ଘଣ୍ଟା ଧରି ଏଠାରେ ଏକ ଭୟଙ୍କର ଯୁଦ୍ଧ ଚାଲିଥିଲା। ରାଜଧାନୀ ପରିସରରେ ଲଢେେଇ ଜାରି ରହିଛି, କିନ୍ତୁ ତାଲିବାନ ରାଜଧାନୀରେ ପତାକା ଉତ୍ତୋଳନ କରିଛି।

Share