ପାକିସ୍ତାନରେ ତାଲିବାନ ଆତଙ୍କ: ଲୋକଙ୍କୁ କଲେ ବନ୍ଧକ…

ଇସଲାମାବାଦ,୧୯।୧୨ : ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଆତଙ୍କ ସୃଷ୍ଟି କରିଛନ୍ତି। ସେମାନେ ଏକ ଆତଙ୍କବାଦ ବିରୋଧୀ କେନ୍ଦ୍ରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ସେହିପରି ପଶ୍ଚିମ ପାକିସ୍ତାନର ଖାଇବର ପସ୍ତୁନଖ୍ବା ପ୍ରଦେଶର ବନ୍ନୁ ଜିଲାର କିଛି ଲୋକଙ୍କୁ ବନ୍ଧକ ରଖିଛନ୍ତି। ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି।

ତେବେ ଏନେଇ ପାକିସ୍ତାନ ସରକାର ନୀରବ ରହିଛନ୍ତି। ନଭେମ୍ବର ଠାରୁ ତେହେରିକ ଇ ତାଲିବାନ ପାକିସ୍ତାନ(ଟିଟିପି) ଆତଙ୍କବାଦୀମାନେ ଆକ୍ରମଣ ଜୋରଦାର କରିଛନ୍ତି। ନିଜ ସାଥିଙ୍କୁ ମୁକ୍ତ କରିବା ଲାଗି ସେମାନେ ୧୫-୨୦ ଲୋକଙ୍କୁ ବନ୍ଧକ କରିଛନ୍ତି।

Share