ତାଲିବାନ ଆତଙ୍କବାଦୀ ଆକ୍ରମଣ: ୧୦ ସୁରକ୍ଷାକର୍ମୀଙ୍କ ମୃତ୍ୟୁ

କାବୁଲ,୧୪।୧୨: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ କରାଯାଇଥିବା ଆକ୍ରମଣରେ ୧୦ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ କମାଣ୍ଡର ରହିଛନ୍ତି। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ଚିକିିତ୍ସା ଲାଗି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁଣ୍ଡୁଜ୍‌ ପ୍ରଦେଶର ଇମାମ୍‌ ସାହିବ ଜିଲାରେ ତାଲିବାନ ଆତଙ୍କବାଦୀମାନେ ରବିବାର ରାତ୍ରରେ ମିଳିତ ସୁରକ୍ଷାକର୍ମୀଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ। ସମ୍ପୃକ୍ତ ଅଞ୍ଚଳରେ ଘେରାବନ୍ଦୀ ଆରମ୍ଭ କରାଯାଇଥିବା ପ୍ରଦେଶ ପରିଷଦ ସଦସ୍ୟ ଖାଲିଲ୍‌ କ୍ୱାରିଜାଦା ସୂଚନା ଦେଇଛନ୍ତି। ମିଳିତ ସୁରକ୍ଷାକର୍ମୀଙ୍କ ସହିତ ମୁହାଁମୁହିଁ ଘଟଣାରେ ଗତ ୩ ଦିନରେ ୬୫ ଜଣ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟ ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। କାନ୍ଧାହାର ପ୍ରଦେଶର ଜେହେରାଇ, ଅରଘଣ୍ଡାବ,ପଞ୍ଜାଓ୍ବାଇ ଏବଂ ଶାହା ଓ୍ବାଲି କୋଟ ଜିଲାରେ ହୋଇଥିବା ସର୍ଚ୍ଚ ଅପରେଶନ ସମୟରେ ଏଭଳି ଘଟିଥିବା ଜଣାପଡ଼ିଛି।

Share