ମହିଳା ଖେଳାଳିଙ୍କୁ ଧମକ ଦେଉଛି ତାଲିବାନ…

କାବୁଲ,୧୨।୧ : ଆଫଗାନିସ୍ତାନର ମହିଳା ଆଥଲେଟମାନେ କହିଛନ୍ତି ଯେ ତାଲିବାନ ବାଳିକା ଏବଂ ମହିଳାଙ୍କୁ କୌଣସି କ୍ରୀଡାରେ ଭାଗ ନେବାକୁ ବାରଣ କରିଛି। ଏହା ସହିତ କ୍ରୀଡା କ୍ଷେତ୍ରରେ ସକ୍ରିୟ ଥିବା ମହିଳା ଓ ବାଳିକାମାନଙ୍କୁ ବାରମ୍ବାର ଧମକ ଓ ନିର୍ଯାତନା ଦେଇଛି। କ୍ରୀଡା ଅଭ୍ୟାସ କଲେ ଭୟଙ୍କର ପରିଣାମ ହେବ ବୋଲି ତାଲିବାନ ବାଳିକାମାନଙ୍କୁ ଧମକ ଦେଉଛି।

ତାଲିବାନର କ୍ରୀଡା ସଂଗଠନ ତଥା ଜାତୀୟ ଅଲିମ୍ପିକ କମିଟିର ମୁଖପାତ୍ର ମୁଶୱାନେ କହିଛନ୍ତି ଯେ ଏକ ପୃଥକ କ୍ରୀଡା କମ୍ପ୍ଲେକ୍ସ ସ୍ଥାପନ କରି ମହିଳାମାନଙ୍କ ପାଇଁ କ୍ରୀଡା କାର୍ଯ୍ୟକଳାପକୁ ପୁଣି ଆରମ୍ଭ କରିବାକୁ ଅଧିକାରୀମାନେ ବିଚାର କରୁଛନ୍ତି। ତେବେ ସେ ଏ ବାବଦରେ କୌଣସି ସମୟ ସୀମା ନିର୍ଦ୍ଦିଷ୍ଟ କରିନାହାଁନ୍ତି ଏବଂ ଏଥିପାଇଁ ପାଣ୍ଠି ଆବଶ୍ୟକ ହେବ ବୋଲି କହିଛନ୍ତି।

Share