କାବୁଲ,୧୮।୩: ଦୀର୍ଘ ମାସ ପରେ ସ୍କୁଲକୁ ଫେରିବେ ଆଫଗାନିସ୍ତାନ ଛାତ୍ରୀମାନେ। ଆସନ୍ତା ସପ୍ତାହରେ ହାଇସ୍କୁଲ ଖୋଲିଲା ବେଳେ ଛାତ୍ରୀମାନଙ୍କୁ ସ୍କୁଲ ଫେରିବାକୁ ତାଲିବାନ ପକ୍ଷରୁ ଅନୁମତି ଦିଆଯିବ। ଏ ନେଇ ଜଣେ ଶିକ୍ଷା ଅଧିକାରୀ ମଙ୍ଗଳବାର କହିଛନ୍ତି।
“ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ଖୋଲିବାକୁ ଯାଉଛି। କିନ୍ତୁ ଛାତ୍ରୀମାନଙ୍କ ପାଇଁ କିଛି ଶର୍ତ୍ତ ରଖାଯାଇଛି। ସମସ୍ତ ଛାତ୍ରୀମାନଙ୍କୁ ଛାତ୍ରମାନଙ୍କଠାରୁ ଅଲଗା ଶିକ୍ଷା ନେବାକୁ ପଡ଼ିବ। କିଛି ଗ୍ରାମିଣ ଅଞ୍ଚଳରେ ଶିକ୍ଷୟିତ୍ରୀଙ୍କ ଅଭାବ ରହିଛି। ସେଭଳି କ୍ଷେତ୍ରରେ ଛାତ୍ରୀଙ୍କୁ ପଢ଼ାଇବା ପାଇଁ ବୃଦ୍ଧ ଶିକ୍ଷକଙ୍କୁ ନିଯୁକ୍ତ କରାଯିବ ବୋଲି ଶିକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା ଅଜିଜ ଅହମ୍ମଦ ରାୟାନ କହିଛନ୍ତି।
ଗତବର୍ଷ ସରକାର ପ୍ରତିଷ୍ଠା କରିଥିବା ତାଲିବାନକୁ ଏପର୍ଯ୍ୟନ୍ତ କୌଣସି ଦେଶ ପକ୍ଷରୁ ମାନ୍ୟତା ମିଳିନାହିଁ। ଏଥିଲାଗି ତାଲିବାନ ଆଗରେ ପକ୍ଷରୁ ଅନେକ ଦାବି ରଖିଥିଲା ଅନ୍ତର୍ଜାତୀୟ ସମ୍ପ୍ରଦାୟ। ଦାବିଗୁଡ଼ିକ ମଧ୍ୟରେ ଛାତ୍ରୀ ଏବଂ ମହିଳାଙ୍କୁ ସ୍କୁଲରେ ପ୍ରବେଶ ଅନୁମତି ଦେବା ପ୍ରମୁଖ ଥିଲା।