କାନ୍ଧାହାର ମୁହାଁ ତାଲିବାନ, ଯୁଦ୍ଧ ପାଇଁ ସୈନ୍ୟବାହିନୀ ପ୍ରସ୍ତୁତ…

କାବୁଲ,୨୦।୭: ଆଫଗାନିସ୍ତାନରେ ଆତଙ୍କବାଦୀ ସଂଗଠନ ତାଲିବାନ୍‌ ଗୋଟିଏ ପରେ ଗୋଟିଏ ସହର ନିଜ ଦଖଲକୁ ନେବାରେ ଲାଗିଛି। ଏବେ କାନ୍ଧାହାର ସହରକୁ ନିଜ ନିୟନ୍ତ୍ରଣକୁ ନେବା ଲାଗି ତାଲିବାନ ଉଦ୍ୟମ ଆରମ୍ଭ କରିଛି। ସହର ଚାରିପଟେ ତାଲିବାନ୍‌ ସଦସ୍ୟମାନେ ଘେରି ରହିଛନ୍ତିି। ଏପରି ସ୍ଥଳେ ଯେକୌଣସି ପରିସ୍ଥିତି ମୁକାବିଲା ଲାଗି ଆଫଗାନିସ୍ତାନ ସରକାର ସୈନ୍ୟବାହିନୀଙ୍କୁ ଆଦେଶ ଦେଇଛନ୍ତି। ସୈନ୍ୟବାହିନୀ ତାଲିବାନ ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। କାନ୍ଧାହାରର ଜନ ସଂଖ୍ୟା ୬୨ ଲକ୍ଷ। ଐତିହାସିକ ସହର କାନ୍ଧାହାରର ସୁରକ୍ଷା ଲାଗି ସୈନ୍ୟବାହିନୀ ଅଣ୍ଟା ଭିଡ଼ିଛନ୍ତି।

Share