ପାକିସ୍ତାନ ଆଗରେ ନେହୁରା ହେଲେ ତାଲିବାନ ସରକାର

କାବୁଲ,୨।୧୧: ପାକିସ୍ତାନ ସରକାର ବିନା ଦସ୍ତାବିଜ ଥିବା ୧୭ଲକ୍ଷ ଆଫଗାନସ୍ତାନୀଙ୍କୁ ନଭେମ୍ବର ୧ ଭିତରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। ଦେଶ ନ ଛାଡିଲେ ଜୋରଜବରଦସ୍ତି ହଟା ଯିବ ବୋଲି ପାକିସ୍ତାନ ସରକାର କହିଥିଲେ। ପାକ୍‌ ଅଧିକାରୀଙ୍କ ଅନୁସାରେ, ଏପର୍ଯ୍ୟନ୍ତ ୧ଲକ୍ଷ ୩୦ହଜାର ପ୍ରବାସୀ ପାକିସ୍ତାନ ଛାଡି ସାରିଛନ୍ତି। ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଏହା ପୂର୍ବରୁ ପାକିସ୍ତାନ ସରକାରଙ୍କ ଏହି ନିଷ୍ପତ୍ତିକୁ ତାଲିବାନ ସରକାର ନିନ୍ଦା କରୁଥିବାବେଳେ ଏବେ ନେହୁରା ହେଉଥିବାର ଦେଖିବାକୁ ମିଳିଛି।
ପ୍ରଥମେ ପ୍ରଥମେ ତ ତାଲିବାନୀ ଅଧିକାରୀମାନେ ପାକିସ୍ତାନକୁ ଧନ୍ୟବାଦ ଦେଲେ ଯେ, ଦୀର୍ଘ ଶତାଦ୍ଦୀ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ପଳାୟନ କରିଥିବା ଶରଣାର୍ଥୀଙ୍କୁ ପାକିସ୍ତାନ ଶରଣ ଦେଇଛି। ମାତ୍ର ଏବେ ଅଧିକାରୀମାନେ ପାକିସ୍ତାନ ସରକାରଙ୍କୁ ନେହୁରା ହେଉଛନ୍ତି କି, ଆଫଗାନୀଙ୍କୁ ଦେଶରୁ ବିତାଡିତ ନ କରି ସେମାନଙ୍କୁ ଦେଶ ଛାଡିବାକୁ କିଛି ସମୟ ଦିଆଯାଉ।

Share