ଆମେରିକାକୁ ତାଲିବାନର ଚେତାବନୀ

କାବୁଲ,୨୯ ।୯: ଆଫଗାନିସ୍ତାନରେ ଶାସନକୁ ଫେରିବା ପରେ ତାଲିବାନ ଆମେରିକାକୁ ଚେତାବନୀ ଦେଇଛି । ଆମେରିକା ଦ୍ୱାରା ଆଫଗାନିସ୍ତାନ ବିମାନ ବନ୍ଦରରେ ଡ୍ରୋନ୍ ଉଡାଇବାକୁ ନେଇ ଚେତାବନୀ ଦେଇଛି । ଆଉ ଏହାସହ ତାଲିବାନ କହିଛି ଯଦି ଆମେରିକା ଏହାକୁ ବନ୍ଦ ନ କରେ ତେବେ ଏହାର ପରିଣାମ ଭୋଗିବାକୁ ପଡିବ । ଆହୁରି ମଧ୍ୟ ତାଲିବାନ କହିଛି ଯେ ଏହାର କୌଣସି ନକରାତ୍ମକ ପରିଣାମଠାରୁ ଦୂରେଇ ରହିବାକୁ ହେଲେ ଆମେରିକାକୁ ଏହା ପାଳନ କରିବାକୁ ପଡିବ । ତେବେ ଆମେରିକା କିଛିଦିନ ପୂର୍ବରୁ ଯେଉଁ ଡ୍ରୋନ୍ ଆକ୍ରମଣ କରିଥିଲା ଏଥିରେ ତାଲିବାନ ସହ ସାଧାରଣ ଲୋକଙ୍କର ବି ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଏବେ ତାଲିବାନ ଆମେରିକାକୁ ଚେତାବନୀ ଦେଇଛି । ତାଲିବାନର ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ କହିଛନ୍ତି ଆମେରିକା ରାଷ୍ଟ୍ରୀୟ ସୁରକ୍ଷାର ଉଲ୍ଲଂଘନ କରିଛି । ତେଣୁ ସମସ୍ତ ଦେଶକୁ ତାଲିବାନ କହିଛି ନିଜ ଦାୟିତ୍ୱ ଅନୁଯାୟୀ କାମ କରନ୍ତୁ ନଚେତ ପରିଣାମ ଭୋଗିବାକୁ ପଡିବ ।

Share