ଆଜି ସରକାର ଗଠନ କରିବ ତାଲିବାନ

କାବୁଲ,୪।୯: ତାଲିବାନ୍‌ ୨.୦ ସରକାରର ରୂପରେଖ ଚୂଡ଼ାନ୍ତ ହୋଇଥିବା ବେଳେ କୌଣସି ସମୟରେ ଏନେଇ ଆନୁଷ୍ଠାନିକ ଘୋଷଣା କରାଯାଇପାରେ ବୋଲି ଶୁକ୍ରବାର ସଙ୍ଗଠନ ପକ୍ଷରୁ କୁହାଯାଇଥିଲା। ଆଫଗାନିସ୍ତାନ ଉପରେ ସାରା ବିଶ୍ୱ ନଜର ରହିଥିବାରୁ ସମସ୍ତେ ଏହାକୁ ଅପେକ୍ଷା କରିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ସରକାର ଗଠନ ଦିନକ ପାଇଁ ବିଳମ୍ବିତ ହୋଇଛି। ତାଲିବାନ୍‌ ଶନିବାର ସରକାର ଗଢ଼ିବ ବୋଲି ସଙ୍ଗଠନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ ସୂଚନା ଦେଇଛନ୍ତି।

Share