ପ୍ରତିଶ୍ରୁତି ପୂରଣ କଲେ ତାଲିବାନକୁ ମିଳିବ ମାନ୍ୟତା: ଆମେରିକା…

ଓ୍ବାଶିଂଟନ,୪।୧୦: ଆମେରିକା କହିଛି ତାଲିବାନକୁ ପ୍ରଥମେ ସେମାନଙ୍କ ପ୍ରତିଶ୍ରୁତି ପୂରଣ କରିବାକୁ ପଡ଼ିବ। ଏହାପରେ ସେମାନଙ୍କ ସରକାରକୁ ମାନ୍ୟତା ଦିଆଯିବ। ଆମେରିକାର ଜାତୀୟ ସୁରକ୍ଷା ପରିଷଦର ଯୋଗାଯୋଗ ସମନ୍ବୟର ମୁଖ୍ୟ ଜନ ର୍କିବି କହିଛନ୍ତି ଯେ ’ଆଫଗାନିସ୍ତାନର ପ୍ରଶାସନିକ ଶକ୍ତିକୁ ଆମେ ଏପର୍ଯ୍ୟନ୍ତ ମାନ୍ୟତା ଦେଇନାହୁଁ।

ସେମାନେ ଏହା ଚାହାଁନ୍ତି କିନ୍ତୁ ପ୍ରଥମେ ସେମାନଙ୍କ ପ୍ରତିଜ୍ଞା ପୂରଣ କରିବାକୁ ପଡିବ। ଜନ କିର୍ବି କହିଛନ୍ତି, ’ଯେତେବେଳେ ତାଲିବାନ ଅର୍ଦ୍ଧେକ ମାନବସମ୍ବଳ ମହିଳାମାନଙ୍କୁ ନିଷେଧ କର, ତୁମେ କିପରି ଏକ ଦକ୍ଷ ଅର୍ଥବ୍ୟବସ୍ଥା ପାଇପାରିବ? ତେଣୁ ଦେଇଥିବା ପ୍ରତିଶ୍ରୁତି ପାଇଁ ଆମେ ତାଲିବାନକୁ ଉତ୍ତରଦାୟୀ କରୁଛୁ। ଆମେରିକା ତାଲିବାନ ସହ କଥାବାର୍ତ୍ତା କରୁଛି ଏବଂ ସେଠାରେ ଉପସ୍ଥିତ ଥିବା ସହଯୋଗୀମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛି।

ଆତଙ୍କବାଦ ମୁକାବିଲା ପାଇଁ ଆମେ ସେମାନଙ୍କ ସହିତ ସୂଚନା ମଧ୍ୟ ଆଦାନ ପ୍ରଦାନ କରିଥାଉ କାରଣ ସେମାନେ ନିଜ ଦେଶ ମଧ୍ୟରେ ଆଇଏସଆଇଏସ ସହିତ ଲଢୁଛନ୍ତି।

Share