ଭାବମୂର୍ତ୍ତି ପରିବର୍ତ୍ତନ ପ୍ରୟାସ, ଜାତିସଂଘ ମହାସଭାରେ ଉଦ୍‌ବୋଧନ ଦେବାକୁ ତାଲିବାନ୍‌ର ଇଛା…

ଜେନେଭା/କାବୁଲ,୨୨।୯: ତାଲିବାନ୍‌ ଜାତିସଂଘ ମହାସଭାରେ ପୃଥିବୀକୁ ଉଦ୍‌ବୋଧନ ଦେବାର ଇଛା ପ୍ରକଟ କରିଛି। ଏନେଇ ତାଲିବାନ୍‌ ସରକାରଙ୍କର ବୈଦେଶିକ ମନ୍ତ୍ରୀ ଆମିର ଖାଁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ୍‌ଙ୍କୁ ଚିଠି ଲେଖିଛନ୍ତି। ତାଲିବାନ୍‌ ସରକାରଙ୍କୁ ଅନ୍ତର୍ଜାତୀୟସ୍ତରରେ ମାନ୍ୟତା ପ୍ରଦାନ କରାଯାଇ ନାହିଁ। ତେଣୁ ତାଲିବାନ୍‌ ସରକାର ନଜର ପୁରୁଣା ଭାବମୂର୍ତ୍ତି ହଟାଇବାର ପ୍ରୟାସ କରୁଛନ୍ତି।

ଇତିମଧ୍ୟରେ ତାଲିବାନ୍‌ ପକ୍ଷରୁ ଦୋହାରେ ଥିବା ପ୍ରବକ୍ତା ସୁହେଲ ଶାହିନ୍‌ଙ୍କୁ ଜାତିସଂଘରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ତାଲିବାନ୍‌ ନ୍ୟୁୟର୍କରେ ହେବାକୁ ଥିବା ଜାତିସଂଘ ମହାସଭାରେ ଉଦ୍‌ବୋଧନ ଦେଇ ନିଜର ଭାବମୂର୍ତ୍ତି ନିର୍ମଳ କରିବାକୁ ଚାହୁଁଥିବା କୁହାଯାଉଛି।

ଏହାଦ୍ୱାରା ଆଫଗାନିସ୍ତାନରେ ତାଲିବାନ୍‌ ସରକାରଙ୍କୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବା ସହଜ ହୋଇ ପାରିବ।

Share