ଅଣ-ସରକାରୀ ସଂସ୍ଥା ସହ ଜଡିତ ମହିଳାଙ୍କୁ ଆଫଗାନିସ୍ତାନ ଦେଲା ଚେତାବନୀ

କାବୁଲ,୨୩।୬:ଆଫଗାନିସ୍ତାନର ତାଲିବାନ ଶାସନରେ ବହୁ କ୍ରୁରତାର ଶିକାର ହେଉଛନ୍ତି ଆଫଗାନୀ ମହିଳା। ସିରିଆ ଆଇନ ଦ୍ୱାରା ପରିଚାଳିତ ତାଲିବାନର ଶାସନ ଅଧୀନରେ ଆଫଗାନିସ୍ତାନର ମହିଳାମାନଙ୍କ ଉପରେ ଅତ୍ୟଧିକ ଅତ୍ୟାଚାର କରାଯାଉଛି ।

ମହିଳାଙ୍କ ସ୍ବାଧୀନତାକୁ ଖଣ୍ଡନ କରି ତାଲିବାନ କାନ୍ଦାହାର ପ୍ରଦେଶର ମହିଳା ସହାୟତା କର୍ମଚାରୀଙ୍କ ଉପରେ ନିର୍ଦ୍ଦେଶ ଜାରି କରିଛି। ଏହି ନିର୍ଦ୍ଦେଶ ଅନୁଯାୟୀ, କାନ୍ଦାହାର ପ୍ରଦେଶର ମହିଳାମାନେ ଆଉ ଶରଣାର୍ଥୀ ଯୋଜନାରେ କାମ କରିପାରିବେ ନାହିଁ।

ଆଫଗାନିସ୍ତାନରେ ଶରଣାର୍ଥୀଙ୍କ ସହ କାରବାର କରୁଥିବା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ଚିଠିରେ କୁହାଯାଇଛି ଯେ, ଶରଣାର୍ଥୀଙ୍କୁ ସାହାଯ୍ୟ କରୁଥିବା ଅନେକ ଏଜେନ୍ସି ପାକିସ୍ତାନ ସୀମା ନିକଟବର୍ତ୍ତୀ ସହର ସ୍ପିନ ବୋଲଡାକରେ ସରକାରୀ ନିୟମ ଉଲ୍ଲଂଘନ କରିଛନ୍ତି।
ତାଲିବାନ ଦ୍ୱାରା ଜାରି କରାଯାଇଥିବା ଏକ ବିବୃତ୍ତି ଅନୁଯାୟୀ, ଶରଣାର୍ଥୀ ଏବଂ ପ୍ରତ୍ୟାବର୍ତ୍ତନ ବିଭାଗ ସହିତ କାର୍ଯ୍ୟ କରୁଥିବା ସ୍ପିନ ବୋଲଡାକର ସମସ୍ତ ପ୍ରତିଷ୍ଠାନ ସେମାନଙ୍କ ମହିଳା କର୍ମଚାରୀଙ୍କୁ କାର୍ଯ୍ୟକୁ ନ ଆସିବା ନେଇ ସୂଚନା ପ୍ରଦାନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଟାର୍ଗେଟ କଲେ ଟ୍ରମ୍ପ, କହିଲେ ଆମେରିକା ନିକଟରେ ଅଛି…

ଓ୍ବାଶିଂଟନ,୨୮।୧୦: ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏକ ନିର୍ବାଚନ ରାଲିରେ କହିଛନ୍ତି ଯେ ଚାଇନା ସହିତ ବିବାଦ ହେଲେ ଆମେ ସେମାନଙ୍କୁ ପରାସ୍ତ...

ପ୍ରଧାନମନ୍ତ୍ରୀ ହିଁ ବନ୍ଦ କରିପାରିବେ ଯୁଦ୍ଧ, ମୋଦିଙ୍କ ଲିଡରଶିପକୁ ପ୍ରଶଂସା କଲେ ଜେଲନସ୍କି

କ୍ୱିଭ,୨୮।୧୦: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଅଢେଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି। ହେଲେ ଯୁଦ୍ଧ ବନ୍ଦ ହେବାର...

ଭାରତୀୟ ବଂଶୋଦ୍ଭବଙ୍କ ସହ ଆଜି ଦୀପାବଳି ପାଳିବେ ବାଇଡେନ

ଓ୍ବାଶିଂଟନ,୨୮ା୧୦: ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଦୀପାବଳିକୁ କେତେ ପସନ୍ଦ କରନ୍ତି ତାହା ସମଗ୍ର ବିଶ୍ୱ ପୂର୍ବରୁ ମଧ୍ୟ ଦେଖିସାରିଛି। ପ୍ରତିବର୍ଷ ଏଠାରେ ଦୀପାବଳିର...

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ମାତ୍ର ୯ ଦିନ ବାକି। ହ୍ବାଇଟ୍‌ ହାଉସ୍‌ ପାଇଁ ୨ ପ୍ରତିଦ୍ୱନ୍ଦ୍ୱୀ ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ...

ବାଂଲାଦେଶରେ ହିନ୍ଦୁ କର୍ମଚାରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି

କୋଲକାତା,୨୭ା୧୦: ବାଂଲାଦେଶରେ ଶେଖ୍‌ ହାସିନାଙ୍କ ସରକାରର ପତନ ପରେ ମୌଳବାଦୀ ସଂଗଠନଗୁଡ଼ିକର ଶକ୍ତି ବୃଦ୍ଧି ପାଇବା ସହ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ିଛି। ସରକାରୀ...

ଇରାନର ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ୍‌, ଆକ୍ରମଣରେ କ୍ଷେପଣାସ୍ତ୍ର ଇନ୍ଧନ କାରଖାନା ଧ୍ୱଂସ

ତେହରାନ,୨୭।୧୦: ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଏସବୁ ମଧ୍ୟରେ...

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri