Categories: ଫୁରସତ

ପୂର୍ବତନ ପ୍ରେମିକଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା

ମୁମ୍ବାଇ: ପ୍ରସିଦ୍ଧ ଅଭିନେତ୍ରୀ ତଥା ମିସ୍‌ ୟୁନିଭର୍ସ ୧୯୯୪ ପେଗାଣ୍ଟର ବିଜେତା ସୁସ୍ମିତା ସେନ୍‌ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଅପେକ୍ଷା ସେ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ତାଙ୍କ ପୂର୍ବତନ ପ୍ରେମିକ ରୋହମାନ ଶାଓଲଙ୍କ ସହ ଏକାଠି ନଜରକୁ ଆସିଛନ୍ତି। ଏଥିସହ ସେ ରୋହମାନଙ୍କ ସହ ଫଟୋ ମଧ୍ୟ ଶେୟାର କରିଛନ୍ତି। କୁହାଯାଉଛି କି, ରୋହମାନଙ୍କ ସହ ତାଙ୍କର ପ୍ୟାଚଅପ୍‌ ହୋଇଯାଇଛି। ଏନେଇ ସୁସ୍ମିତା ଗୁରୁବାର ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରି ଦେଇଥିଲେ, ଯେଉଁଥିରେ ତାଙ୍କ ସହ ରୋହମାନ ନଜରକୁ ଆସିଥିଲେ। କ୍ୟାପ୍ସନରେ ଲେଖିଛନ୍ତି, ନାଇସ୍‌ ପିକ୍ଚର ରୋହମାନ। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ସୁସ୍ମିତା ଏବଂ ରୋହମାନଙ୍କ ବ୍ରେକଅପ୍‌ ଖବର ସାମ୍‌ନାକୁ ଆସିଥିଲା। ଏହାପରେ ସେ ପୂର୍ବତନ ଆଇପିଏଲ୍‌ ଅଧ୍ୟକ୍ଷ ଲଳିତ ମୋଦିଙ୍କ ସହ ଡେଟିଂ କରୁଥିବା ନେଇ ସମସ୍ତଙ୍କୁ ସୂଚନା ଦେଇଥିଲେ। କିନ୍ତୁ ବର୍ତ୍ତମାନ ରୋହମାନଙ୍କ ସହ ତାଙ୍କ ସମ୍ପର୍କ ସୁଦୃଢ଼ ହେଉଥିବା ଜଣାପଡ଼ିଛି। ତେବେ ଲଳିତ ମୋଦି କୁଆଡେ ଗଲେ ବୋଲି ଅନେକ ୟୁଜର୍ସ କମେଣ୍ଟ କରିଛନ୍ତି।

Share