Categories: ଜାତୀୟ

ନୀତୀଶ ପୁଣି ଭାଜପା ସହିତ ହାତ ମିଳାଇବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୯।୭ : ସମ୍ପ୍ରତି ବିହାର ରାଜନୀତିରେ ନାନା କଳ୍ପନାଜଳ୍ପନା ଜାରି ରହିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ଦଳ ଜେଡିୟୁ ବିଷୟରେ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ଅନୁମାନ କରାଯାଉଛି ସେ ପୁଣିଥରେ ଭାରତୀୟ ଜନତା ପାର୍ଟି (ଭାଜପା) ସହିତ ହାତ ମିଳାଇ ପାରନ୍ତି। ଏହି ପ୍ରସଙ୍ଗରେ ହୋଇଥିବା ଏକ ସର୍ଭେ ଆଧାରରେ ଏହି ଆଶ୍ଚର୍ଯ୍ୟଜନକ ଫଳାଫଳ ବାହାରିଛି । ଲୋକଙ୍କୁ ପଚରାଯାଇଥିଲା କି ନୀତୀଶ କୁମାର ପୁଣିଥରେ ଭାଜପା ସହ ହାତ ମିଳାଇ ପାରିବେ କି? ୩୪ ପ୍ରତିଶତ ଲୋକ କହିଥିଲେ ନୀତୀଶ କୁମାର ପୁଣିଥରେ ଭାଜପା ସହ ହାତ ମିଳାଇ ପାରିବେ। ଯେତେବେଳେ କି, ୪୮ ପ୍ରତିଶତ ଲୋକ ଏହାକୁ ମନା କରିଥିଲେ।

ବିହାରରେ ଆରଜେଡି ଏବଂ ଜେଡିୟୁ ମିଳିତ ମେଣ୍ଟ ଜାରି ରହିବ ବୋଲି ସେମାନେ ମତାମତ ଦେଇଥିଲେ॥ ୧୮ ପ୍ରତିଶତ ଲୋକଙ୍କର ଏହି ପ୍ରସଙ୍ଗରେ କୌଣସି ଉତ୍ତର ନ ଥିଲା । ଏହି ସର୍ଭେରେ ୨୫୭୫ ଲୋକ ଅଂଶଗ୍ରହଣ କରିଥିଲେ । ଗତ ଗୁରୁବାର ଏବଂ ଶୁକ୍ରବାର ଏହି ସର୍ଭେ କରାଯାଇଥିଲା।

ଏଥି ସହିତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝିଙ୍କ ଜେଡିୟୁ ଏବଂ ନୀତୀଶ କୁମାରଙ୍କ ଉପରେ ମଧ୍ୟ ଏକ ସର୍ଭେ କରାଯାଇଥିଲା। ଲୋକଙ୍କୁ ପଚରାଯାଇଥିଲା ମାଂଝି ଦାବି କରିଛନ୍ତି ଜେଡିୟୁ ଭାଙ୍ଗିଯିବ ହେବ। ନୀତୀଶ କୁମାରଙ୍କ ସହ କେବଳ ୪ରୁ ୫ବିଧାୟକ ରହିବେ। ଆପଣ ତାଙ୍କ ଦାବି ସହିତ ସହମତ କି? ସର୍ଭେ ଫଳାଫଳ ଅନୁଯାୟୀ, ୩୮ ପ୍ରତିଶତ ଲୋକ ମାଂଝିଙ୍କ ଦାବିକୁ ସମର୍ଥନ କରିଥିଲେ। ଏଥିସହିତ ୫୧ ପ୍ରତିଶତ ଲୋକ କହିଥିଲେ ନୀତୀଶ କୁମାରଙ୍କ ଦଳ ଭାଙ୍ଗିବ ନାହିଁ। ଏହା ବ୍ୟତୀତ ୧୧ ପ୍ରତିଶତ ଲୋକ କୌଣସି ଉତ୍ତର ଦେଇ ନ ଥିଲେ।

Share