ପ୍ରିୟଙ୍କାଙ୍କ ଭାରତ ବାହୁଡ଼ାକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରୟଙ୍କା ଚୋପ୍ରା ଜୋନାସଙ୍କ ଭାରତ ଫେରିବାକୁ ନେଇ ସିନେପ୍ରେମୀଙ୍କ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୩ ବର୍ଷ ପରେ ପ୍ରିୟଙ୍କା ଭାରତ ଫେରିଛନ୍ତି। ଏ ନେଇ ସେ ଉତ୍ସାହିତ ଥିବା ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଜଣାଇଥିଲେ। ମଙ୍ଗଳବାର ସକାଳେ ପ୍ରିୟଙ୍କା ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କର ବହୁ ପ୍ରଶଂସକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ନିଜ ଫ୍ୟାନ୍ସଙ୍କୁ ନୂଆ ଫିଲ୍ମ ଭେଟି ଦେବା ଲାଗି ପ୍ରିୟଙ୍କା ଭାରତ ଆସିଥିବା ଆଲୋଚନା ହେଉଛି। ଏଥିସହ ଆଗାମୀ ପ୍ରୋଜେକ୍ଟ ବାବଦରେ ପ୍ରିୟଙ୍କା ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲିଲାଭଂସାଲି ଏବଂ ବିଶାଳ ଭରଦ୍ୱାଜ୍‌ଙ୍କୁ ଭେଟିବାକୁ ଯିବେ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିନ୍ତୁ ଏ ନେଇ ପ୍ରିୟଙ୍କା ନିଜର କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଫିଲ୍ମ ‘ସାତ୍‌ ଖୁନ୍‌ ମାଫ୍‌’ ଓ ‘କମିନେ’ ରେ ପ୍ରିୟଙ୍କାହ ବିଶାଳଙ୍କ ସହ କାମ କରିସାରିଥିବାବେଳେ ‘ଗୋଲିଓକି ରାସ୍‌ ଲିଳା ରାମ-ଲିଲା’ରେ ସଞ୍ଜୟ ଲିଲା ଭଂସାଲିଙ୍କ ସହ ମଧ୍ୟ ପ୍ରିୟଙ୍କା କାମ କରିସାରିଛନ୍ତି। ପ୍ରିୟଙ୍କା ଏବେ ବଲିଉଡ୍‌ ବ୍ୟତୀତ ହଲିଉଡ୍‌ରେ ବେଶ୍‌ ସକ୍ରିୟ। ଶେଷଥର ପାଇଁ ପ୍ରିୟଙ୍କା ନେଟ୍‌ଫ୍ଲିକ୍ସରେ ପ୍ରସାରିତ ଫିଲ୍ମ ‘ହ୍ବାଇଟ୍‌ ଟାଇଗର’ରେ ଦେଖାଯାଇଥିଲେ। ଏଥିରେ ପ୍ରିୟଙ୍କାଙ୍କ ସହ ରାଜକୁମାର ରାଓ ମଧ୍ୟ ସ୍କ୍ରିନ୍‌ ଶେୟାର କରିଥିଲେ।

Share