ପୁଟିନଙ୍କ ୬୦୯ କୋଟିର ବିଳାସପୂର୍ଣ୍ଣ ଟ୍ରେନ ନେଇ ଚର୍ଚ୍ଚା…

ମସ୍କୋ,୧୧।୭ : ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଏକ ବଡ଼ ସୂଚନା ମିଳିଛି। ପୁଟିନଙ୍କର ଏକ ସୁପର ବିଳାସପୂର୍ଣ୍ଣ ଟ୍ରେନ ଅଛି ଯେଉଁଥିରେ ଜିମ, ସ୍ପା ଠାରୁ ବାଥରୁମ ପର୍ଯ୍ୟନ୍ତ ସୁବିଧା ରହିଛି। ଏହାକୁ ପୁଟିନଙ୍କ ଗୁପ୍ତ ଟ୍ରେନ ବୋଲି କେତେକ କହିଛନ୍ତି।

ପୁଟିନଙ୍କ ବିଳାସପୂର୍ଣ୍ଣ ଟ୍ରେନର ବିବରଣୀ ଲଣ୍ଡନ ସ୍ଥିତ ରୁଷିଆର ଅନୁସନ୍ଧାନକାରୀ ଗୋଷ୍ଠୀ ଡୋସିଅର୍‌ ସେଣ୍ଟର ଦ୍ୱାରା ମିଳିଥିବା ଡକ୍ୟୁମେଣ୍ଟରୁ ପ୍ରକାଶ ପାଇଛି। ଡୋସିଅର୍‌ ସେଣ୍ଟର କହିଛି ଲିକ ହୋଇଥିବା ଡକ୍ୟୁମେଣ୍ଟଗୁଡିକ ରୁଷିଆର ଏକ କମ୍ପାନୀ ଜିର୍କନ ସର୍ଭିସର ଜଣେ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦାନ କରାଯାଇଛି।

ରୁଷିଆର ରେଳବାଇ ପୁଟିନଙ୍କ ପାଇଁ ଜିର୍କନ ସର୍ଭିସକୁ କୋଚ ପ୍ରସ୍ତୁତ କରିବାର ଦାୟିତ୍ୱ ଦେଇଥିଲା। ଏହି ବିଳାସପୂର୍ଣ୍ଣ ଟ୍ରେନର ଆନୁମାନିକ ଦାମ ୬୦୯ କୋଟି ଟଙ୍କା ବୋଲି କୁହାଯାଉଛି।

Share