ନୂଆଦିଲ୍ଲୀ,୧୮।୧୦ : ମହାରାଷ୍ଟ୍ର କଂଗ୍ରେସ ପ୍ରତିନିଧି ଦଳ ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ଏହି ସମୟରେ ସେମାନେ ଏହି ଦୁଇ ନେତାଙ୍କୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ଏହାପୂର୍ବରୁ ଏକ ଖବର ଆସିଥିଲା ଯେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପ)ର ମୁଖ୍ୟ ଶରଦ ପାୱାର ମହାରାଷ୍ଟ୍ରରେ ରାହୁଲ ଗାନ୍ଧୀ ଏବଂ ଭାରତ ଯୋଡୋ ଯାତ୍ରାକୁ ସ୍ବାଗତ କରିପାରନ୍ତି।
ନଭେମ୍ବର ୯ରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ମହାରାଷ୍ଟ୍ରରେ ପ୍ରବେଶ କରିବ। କଂଗ୍ରେସର ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ଯେ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ମହାରାଷ୍ଟ୍ରରେ ରାହୁଲଙ୍କ ପଦଯାତ୍ରାକୁ ସ୍ବାଗତ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେଣୁ ଏହା ସମ୍ଭବ ଯେ ସେମାନେ ହୁଏତ ଏହାକୁ ସ୍ବାଗତ କରିପାରନ୍ତି। ଏବେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ସହିତ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କଂଗ୍ରେସ-ଏନସିପି ଏକତ୍ର ବିଧାନସଭା ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।