Posted inଫୁରସତ

ଟେଡି ବିୟରର କଥା

ଭାଲେଣ୍ଟାଇନ୍‌ ଉଇକ୍‌ର ଚତୁର୍ଥ ଦିନକୁ ଟେଡି ଡେ’ ଭାବରେ ପାଳନ କରାଯାଏ। ଏହିଦିନ ମନର ମଣିଷକୁ ହୃଦୟ କଥା ଜଣାଇବା ଲାଗି କ୍ୟୁଟ୍‌ ଟେଡି ବିୟର୍‌ ଉପହାରସ୍ବରୂପ ପ୍ରଦାନ କରାଯାଏ। ତେବେ ଜାଣନ୍ତି କି ଏହି ସଫ୍ଟ ଓ କ୍ୟୁଟ ଟେଡି ବିୟର୍‌କୁ ପ୍ରଥମେ କିଏ, କେମିତି ଓ କେଉଁ ଉଦ୍ଦେଶ୍ୟରେ ତିଆରି କରିଥିଲେ? ଆଉ ତା’କୁ ନେଇ ଦିବସଟି କେବେଠୁ ପାଳିତ ହେଉଛି? ଜାଣନ୍ତୁ ସେ ସମ୍ପର୍କରେ…

ଟେଡି ଡେ’ ସେଲିବ୍ରେଶନ୍‌ ଆମେରିକାର ୨୬ତମ ରାଷ୍ଟ୍ରପତି ଥିଓଡୋର ରୁଜ୍‌ଭେଲ୍ଟଙ୍କ ସହ ଜଡିତ ଏକ କାହାଣୀ ବହୁତ ପ୍ରସିଦ୍ଧ ଅଟେ। ୧୯୦୨ ନଭେମ୍ବର ୧୪ର କଥା। ରୁଜଭେଲ୍ଟ ମିସିସିପି ଯାଇଥାନ୍ତି ଶିକାର କରିବା ଲାଗି। ସେଠି ତାଙ୍କର ସହଯୋଗୀ ହୋଲ୍ଟ କୋଲିର୍‌ ରୁଜଭେଲ୍ଟଙ୍କ କାମ ସହଜ କରିବା ଲାଗି ଏକ କଳା ଭାଲୁକୁ ଆଣି ଗଛରେ ବାନ୍ଧିଦେଲେ। ହେଲେ ରୁଜଭେଲ୍ଟ ଯେବେ ଛଟପଟ ହେଉଥିବା ଭାଲୁକୁ ଦେଖିଲେ ମନରେ ତା’ ପ୍ରତି ଦୟା ଭାବ ଜାଗ୍ରତ ହେଲା। ଆଉ ତାକୁ ଶିକାର କରିବାକୁ ମନ ହେଲା ନାହିଁ। ତେଣୁ ପ୍ରାଣୀଙ୍କୁ ମାରିବା ଆଇନତଃ ଅପରାଧ କହି ତାକୁ ଶିକାର କଲେନି। ଏଇ ଘଟଣା ତାଙ୍କ ମନରେ ଗଭିର ଛାପ ଛାଡିଦେଲା। ଆଉ ସେହି କଳାଭାଲୁର ଏକ ଚିତ୍ର କାଗଜରେ ଅଙ୍କନ କରିଥିଲେ। ପରେ ୧୯୦୨ ନଭେମ୍ବର ୧୬ରେ କାର୍ଟୁନ ଆର୍ଟିିଷ୍ଟ କ୍ଲିଫୋର୍ଡ ବୈରିମ୍ୟାନ ଏହି ସମ୍ପୂର୍ଣ୍ଣ ଘଟଣାର ଏକ କାର୍ଟୁନ କରିଥିଲେ, ଯାହାକି ଆମେରିକାର ଏକ ପ୍ରତିଷ୍ଠିତ ଖବରକାଗଜ ଓ୍ବାଶିଂଟନ ପୋଷ୍ଟରେ ପ୍ରକାଶ ପାଇଥିଲା। ଉକ୍ତ କାର୍ଟୁନ ଉପରେ ମୋରିସ୍‌ ମିକଟମ୍‌ ନାମକ ଋଷୀୟ ଇହୁଦି ବ୍ୟକ୍ତିଙ୍କ ନଜର ପଡିଥିଲା। ଯିଏକି ବ୍ରୁକଲିନ୍‌ରେ ଦିନରେ ଟଫି ବିକ୍ରି କରୁଥିବାବେଳେ ରାତିରେ ନିଜ ପତ୍ନୀଙ୍କ ସହ ମିଶି ପିଲାଙ୍କ ପାଇଁ ସଫ୍ଟ ଟୟ ତିଆରି କରୁଥିଲେ। କାର୍ଟୁନ୍‌ର ସେହି ଭାଲୁକୁ ମିକଟମ୍‌ ପିଲାଙ୍କ ପାଇଁ କପଡାର କଣ୍ଢେଇର ରୂପ ଦେଲେ। ଆଉ ନିଜ ଦୋକାନରେ ତାକୁ ‘ଟେଡିସ୍‌ ବିୟର’ ନାମରେ ରଖିଲେ। ମିକଟମ୍‌ ଏହାକୁ ଟେଡି ନାମ ଦେବା ପଛର କାରଣ ଥିଲା ଯେ, ଥିଓଡର ରୁଜଭେଲ୍ଟଙ୍କ ଡାକ ନାମ ଥିଲା ‘ଟେଡି’, ତା’ସହ ସେ ଏକ ଭାଲୁର ଜୀବନ ବି ବଞ୍ଚାଇଥିଲେ। ତେଣୁ ଏଇ ନାମଟି ସେହି କଣ୍ଢେଇ ପାଇଁ ଉପଯୁକ୍ତ ବୋଲି ସେ ମନେ କରିଥିଲେ। ତେବେ ସେହି ଟେଡିଟି ହାଲ୍‌କା ହେବା ସହ ବହୁତ ସୁନ୍ଦର ହୋଇଥିବାରୁ ଲୋକଙ୍କୁ ତାକୁ ବହୁତ ପସନ୍ଦ କରିଥିଲେ। ଖୁବ୍‌ ଶୀଘ୍ର ତାହା ସମସ୍ତଙ୍କ ମନପସନ୍ଦର ଖେଳନା ହୋଇଗଲା। ସେହି ଟେଡିଟି ଦେଖିବାକୁ ସତ ଭାଲୁ ପରି ଥିଲା। ହେଲେ ବହୁତ କ୍ୟୁଟ୍‌ ହୋଇଥିଲା। ତେଣୁ ଧୀରେ ଧୀରେ ଲୋକେ ଏହାକୁ ମନର ପ୍ରେମ ଭାବନାକୁ ଜଣାଇବା ଲାଗି ଉପହାରସ୍ବରୂପ ପ୍ରଦାନ କରିବାକୁ ଲାଗିଲେ। ଏମିତି କି ପରେ ଭାଲେଣ୍ଟାଇନ୍ସ ଉଇକ୍‌ରେ ୧୦ ଫେବୃୟାରୀକୁ ଟେଡି ଡେ’ ଭାବେ ପାଳନ ବି କରାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri