ବୟଫ୍ରେଣ୍ଡ୍‌ଙ୍କ ସହିତ ମୋବାଇଲ୍‌ରେ କଥା ହେବାରୁ ମିଳିଲା ଏଭଳି ଦଣ୍ଡ…

କାବୁଲ,୨୮।୪: ମୋବାଇଲରେ ବୟଫ୍ରେଣ୍ଡ୍‌ଙ୍କ ସହିତ କଥା ହେବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନରେ ସର୍ବସମ୍ମୁଖରେ ୪୦ ଥର ଚାବୁକ୍‌ମାଡ଼ ହୋଇଛି। ଏଭଳି ଘଟଣା ଆଫଗାନିସ୍ତାନରେ ଘଟିଛି। ଆମେରିକା ସୈନ୍ୟଙ୍କ ସ୍ବଦେଶ ଫେରିବା ଘୋଷଣା ପରେପରେ ଦେଶରେ ପୁଣି ତାଲିବାନ ମୌଳବାଦୀ ସଂଗଠନର ଶକ୍ତି ବୃଦ୍ଧି ପାଇଛି। ସଂଗଠନ ପକ୍ଷରୁ ଦେଶରେ ମୌଳବାଦୀ ଆଇନ ଜାରି କରିବାର ଉଦ୍ୟମ ଆରମ୍ଭ ହୋଇଛି। ସମସ୍ତଙ୍କ ଆଗରେ ଯୁବତୀ ଜଣଙ୍କୁ ଚାବୁକ୍‌ ମାଡ଼ ଦିଆ ଯାଉଥିଲେ ମଧ୍ୟ କେହି ଏହାର ପ୍ରତିରୋଧ ମଧ୍ୟ କରି ନ ଥିତ୍ଲେ। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ହେରାତ ପ୍ରଦେଶର ହପ୍ତାଗୋଲା ଗାଁରେ ଘଟିଥିବା କୁହାଯାଉଛି। ଭିଡ଼ିଓରେ ଯୁବତୀ ଜଣକ ଚାବୁକ୍‌ ମାଡ଼ରେ ଯନ୍ତ୍ରଣାରେ ଥରି ଉଠୁଥିଲେ ମଧ୍ୟ କେହି ଜଣେ ମଧ୍ୟ ଦେଖଣାହାରୀ ଉଁ କି ଚୁଁ ହୋଇ ନ ଥିଲେ।

Share