Advertisement
Categories: ଫୁରସତ

ନବଜାତ ଶିଶୁଙ୍କ ସହ କଥାବାର୍ତ୍ତା କରିବା ଦ୍ୱାରା ମାନସିକ ବିକାଶ ଶୀଘ୍ର ହୋଇଥାଏ

ଟେକ୍ସାସ,୧୫।୭: ନବଜାତ ଶିଶୁଙ୍କର ଶାରୀରିକ ତଥା ମାନସିକ ଅତ୍ୟନ୍ତ ସମ୍ବେଦନଶୀଳ। ତେଣୁ ଜନ୍ମର କିଛି ମାସ ପରେ ଶିଶୁ ପିତାମାତାଙ୍କ ଅଙ୍ଗଭଙ୍ଗୀ ବୁଝିବା ଆରମ୍ଭ କରଥାଏ। ସେହି ଅନୁସାରେ ସେ ମଧ୍ୟ ହସିହସି ଏହାକୁ ଗଅହଣ କରିବାକୁ ଚେଷ୍ଟା କରେ।
ଏକ ଗବେଷଣାରୁ ଜଣାପଡିଛି କି, ଯେଉଁ ପିତାମାତାମାନେ ସେମାନଙ୍କର ନବଜାତ ଶିଶୁଙ୍କ ସହ ଅଧିକ କଥାବାର୍ତ୍ତା କରନ୍ତି, ସେମାନଙ୍କର ମସ୍ତିଷ୍କର ବିକାଶ ଶୀଘ୍ର ହୋଇଥାଏ।
ଡାଲାସ ସ୍ଥିତ ଟେକ୍ସାସ ୟୁନିଭରସିଟିର ନ୍ୟୁରୋ ଡେଭଲପମେଣ୍ଟ ରିସର୍ଚ୍ଚରଙ୍କ ଅନୁଯାୟୀ, ନବଜାତ ଶିଶୁର ମସ୍ତିଷ୍କ ଉପରେ ପିତାମାତା କିମ୍ବା ଶିଶୁର ଯତ୍ନ ନେଉଥିବା ବ୍ୟକ୍ତିଙ୍କ ଶବ୍ଦ କିମ୍ବା ଭାବଭଙ୍ଗୀ ବହୁତ ପ୍ରଭାବ ପକାଇଥାଏ। କିଛି ଦିନ ମଧ୍ୟରେ ନବଜାତ ଶିଶୁ ଏବଂ ପିତାମାତାଙ୍କ ମଧ୍ୟରେ ଏକ ଅବିସ୍ମରଣୀୟ ବନ୍ଧନ ସୃଷ୍ଟି ହୁଏ। ଏହାଦ୍ୱାରା ଶିଶୁ ଖୁବ୍‌ଶୀଘ୍ର କଥା କହିବା ସହ ବିଭିନ୍ନ ପ୍ରକାର ମାନସିକ ବିକାଶ ହୋଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share