ଫୋନ୍‌ରେ କଥା ହୋଇ ଖୋଲୁଥିଲେ ଗାଡ଼ି ତାଲା

କଟକ,୨ା୧୧ (କାର୍ତ୍ତିକ ସାହୁ)ସିଡିଏ ଫେଜ୍‌-୨ ଓ କଟକ ସଦର ଥାନା ଅଞ୍ଚଳରୁ ବାଇକ୍‌ ଚୋରି ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ୧୫ଟି ବାଇକ୍‌ ଜବତ କରାଯାଇଥିବା ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ମୋବାଇଲ୍‌ରେ କଥା ହେବା ବାହାନାରେ ମାଷ୍ଟର କି’ ଦ୍ୱାରା ବାଇକ୍‌ ତାଲା ଭାଙ୍ଗୁଥିଲେ ବୋଲି ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି।
ସିଡିଏ ଫେଜ୍‌-୨ ଥାନା ପୋଲିସ ବାଇକ ଚୋରି ମାମଲାର ତଦନ୍ତ କରି ଏକ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କାଫଲାବଜାରର ଆକାଶ ନରେନ୍ଦ୍ର, ତଳ ତେଲେଙ୍ଗାବଜାରର ସୁକୁଲ ଖାନ୍‌, ସାନଖଇରାର ଚିନ୍ନାରି ହରିକ୍ରିଷ୍ଣ, ଭୁବନେଶ୍ୱର ଶିଖରଚଣ୍ଡିର ଜାହାଙ୍ଗୀର ମଲ୍ଲିକ ଓ ସେକ୍‌ ଅମଜାଦ। ସେମାନଙ୍କ ନିକଟରୁ ୧୦ଟି ବାଇକ ଓ ଗୋଟିଏ ବାଇକ୍‌ର ଇଞ୍ଜିନ ସହ ଅଂଶବିଶେଷ ଜବତ କରାଯାଇଛି। ଗତ ୨୯ ତାରିଖ ରାତିରେ ସିଡିଏ ସେକ୍ଟର-୧୦ ଅଞ୍ଚଳର ଜ୍ୟୋତି ରଞ୍ଜନ ମହାନ୍ତି (୪୩) ନିକଟସ୍ଥ ତାଙ୍କ ଅଙ୍କଲଙ୍କ ଘରକୁ ଯାଇଥିଲେ। ଘର ସମ୍ମୁଖରେ ତାଙ୍କ ବାଇକ ରଖି ଭିତରକୁ ଯାଇଥିଲେ। ସେଠାରୁ ଫେରିବା ପରେ ବାଇକ୍‌ ନ ଥିଲା। ବହୁ ଖୋଜାଖୋଜି କରି ନ ପାଇବାରୁ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୧୩୩/୨୩) ରୁଜୁ କରିବା ସହ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଉକ୍ତ ଦିନ ସନ୍ଧ୍ୟା ୭ଟାରେ ମୁଖ୍ୟ ଅଭିଯୁକ୍ତ ଆକାଶ ନରେନ୍ଦ୍ର ଜଣେ ସହଯୋଗୀଙ୍କ ସହିତ ବାଇକରେ ବସି ସିଡିଏ ସେକ୍ଟର-୧୦ ପେଟ୍ରୋଲ ପମ୍ପ ଗଳିରେ ପ୍ରବେଶ କରିଥିଲେ। ରାସ୍ତାରେ ଯାଉଥିବାବେଳେ ଅଭିଯୋଗକାରୀଙ୍କ ବାଇକ ଘର ସାମ୍ନାରେ ଥିବା ଦେଖିଥିଲେ। ମୋବାଇଲରେ କଲ୍‌ ଆସୁଥିବା ଭଳି ଅଭିନୟ କରି ସେ ଉକ୍ତ ବାଇକ ନିକଟରେ ପହଞ୍ଚିଥିଲେ। ପରେ ସାଙ୍ଗରେ ନେଇଥିବା ମାଷ୍ଟର କି’ ସାହାଯ୍ୟରେ ଉକ୍ତ ବାଇକର ଚାବି ଖୋଲି ନେଇଯାଇଥିଲେ। ଗତ ୧୪ ତାରିଖରେ ସିଡିଏ ସେକ୍ଟର-୧୦ ଫୁଡ୍‌ କୋର୍ଟ ରେଷ୍ଟୁରାଣ୍ଟ ସମ୍ମୁଖରୁ, ୧୫ ତାରିଖରେ ସିଡିଏ ସେକ୍ଟର-୧୧ରୁ ଏବଂ ଚାଉଳିଆଗଞ୍ଜ, ମର୍କତନଗର, ବିଡ଼ାନାସୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ବାଇକ୍‌ ପୋଲିସ ଜବତ କରିଥିଲା। ଅନ୍ୟ ଅଭିଯୁକ୍ତମାନେ ଆକାଶଙ୍କୁ ବାଇକ ଚୋରି ଓ ବିକ୍ରି କରିବାରେ ସାହାଯ୍ୟ କରୁଥିଲେ। ପୋଲିସ ଅଭିଯୁକ୍ତମାନଙ୍କୁ କଟକ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ଗିରଫ କରିଥିଲା। ଆକାଶଙ୍କ ନାମରେ ସିଡିଏ ଫେଜ-୨, ବିଡ଼ାନାସୀ, ଚାଉଳିଆଗଞ୍ଜ ଓ ମର୍କତନଗର ଥାନାରେ ୯ଟି ମାମଲା ରହିଛି।
ସେହିପରି ବାଇକ ଚୋରି ମାମଲାରେ କଟକ ସଦର ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମଙ୍ଗଳାବାଗ ଥାନା ଅନ୍ତର୍ଗତ କେଶରପୁର ଅଞ୍ଚଳର ସେକ୍‌ ଫଇଜାନ ଓ ବାରଙ୍ଗ ଗୋଡ଼ିସାହି ଅଞ୍ଚଳର ବଳରାମ ଓଝା। ସେମାନଙ୍କଠାରୁ ୫ଟି ବାଇକ ଜବତ କରାଯାଇଛି। ସୁତାହାଟରେ ରହୁଥିବା ନସିମ୍‌ ଉଦ୍ଦିନ ଖାନ୍‌(୪୧) ଗତ ୧୪ ତାରିଖରେ ଭାଣପୁର ସୁନି ମସ୍‌ଜିଦ ନିକଟରେ ବାଇକ ରଖି ଭିତରେ ନମାଜ ପାଠ କରୁଥିଲେ। ସେଠାରୁ ଫେରିବା ପରେ ବାଇକ୍‌ ନ ଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୫୯୬/୨୩) ରୁଜୁ କରିଛି। ଅଭିଯୁକ୍ତଦ୍ୱୟଙ୍କ ନାମରେ ଲାଲବାଗ, ମର୍କତନଗର, ବିଡ଼ାନାସୀ, କ୍ୟାଣ୍ଟନମେଣ୍ଟ, ସଦର, ବାରଙ୍ଗ ଥାନାରେ ୧୦ଟି ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri