Categories: ଜାତୀୟ

ଏନ୍‌ଏସ୍‌ଏ ଅଜିତ ଡୋଭାଲଙ୍କ ସହ ଆଲୋଚନା କଲେ ଆମେରିକାର ଏନ୍‌ଏସ୍‌ଏ

ନୂଆଦିଳ୍ଲୀ,୧୭ ।୮: ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ସେଠାରେ ସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି । ଆଫଗାନିସ୍ତାନର ଲୋକେ ଏବେ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି । ହେଲେ ଏହା ଏତେ ସହଜ ନ ଥିବାରୁ ଲୋକେ ପ୍ରାଣପଣେ ଉଦ୍ୟମ କରୁଛନ୍ତି ସେଠାରୁ ବାହାରି ଆସିବାକୁ । ଏପଟେ ଆମେରିକା ସମେତ ଆଉ କିଛି ଦେଇ ନିଜର ଲୋକମାନଙ୍କୁ ବାହାର କରି ଆଣିବାକୁ ଏକଜୁଟ ହୋଇଛନ୍ତି । ଇତିମଧ୍ୟରେ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଡି) ଅଜିତ ଡୋଭାଲ ଓ ଆମେରିକା ଏନ୍‌ଏସ୍‌ଡିଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି । ଏହି ସମୟରେ ଡୋଭାଲ ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ବାହାର କରିବା କଥା ଆଲୋଚନା କରିଛନ୍ତି । ଏହା ପୂର୍ବରୁ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ ଓ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ମଧ୍ୟରେ ଆଫଗାନିସ୍ତାନର ସ୍ଥିତିକୁ ନେଇ ଆଲୋଚନା ହୋଇଥିଲା ।

Share