ଯୁଦ୍ଧ ପରିସ୍ଥିତିକୁ ଏଡାଇବା ପାଇଁ ଚାଇନା ସହ ଆଲୋଚନା ଆବଶ୍ୟକ: ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ…

ସିଙ୍ଗାପୁର,୩।୬ : ସିଙ୍ଗାପୁରରେ ଶଙ୍ଗରି-ଲା ସଂଳାପ ପ୍ରତିରକ୍ଷା ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ ଏବଂ ଚାଇନା ପ୍ରତିପକ୍ଷ ମନ୍ତ୍ରୀ ଲି ଶାଙ୍ଗଫୁ ଅଂଶଗ୍ରହଣ କରିଥିଲେ। ଆଲୋଚନା ସମୟରେ ଦୁଇ ନେତା ହାତ ମିଳାଇଥିଲେ କିନ୍ତୁ ଆମେରିକା ଏଥିରେ ସନ୍ତୁଷ୍ଟ ହୋଇ ନାହିଁ। ବାସ୍ତବରେ, ଶଙ୍ଗରି-ଲା ସଂଳାପ ବ୍ୟତୀତ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବାର ଥିଲା, କିନ୍ତୁ ପୂର୍ବରୁ ଚାଇନା ଆମେରିକାର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା।

ଆଲୋଚନା ପାଇଁ ଚାଇନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଆମେରିକା ନିରାଶ ହୋଇଛି। ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ କହିଛନ୍ତି ଆମେରିକା ବିଶ୍ୱାସ କରେ ଚାଇନା ସହ କଥାବାର୍ତ୍ତାର ମାର୍ଗ ଖୋଲା ରହିବା ଉଚିତ। ବିଶେଷକରି ଆମର ପ୍ରତିରକ୍ଷା ଏବଂ ସାମରିକ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ଆବଶ୍ୟକ। ଆମେ ଯେତେ ଅଧିକ କଥାବାର୍ତ୍ତା କରିବୁ, ଭୁଲ ବୁଝାମଣାର ସମ୍ଭାବନା କମ ରହିବ। ଏହା ଦ୍ୱନ୍ଦ ପରି ପରିସ୍ଥିତି ସୃଷ୍ଟି କରିବ ନାହିଁ।

ଆମେରିକାର ପ୍ରତିରକ୍ଷା ସଚିବ କହିଛନ୍ତି ଚାଇନା ଆଲୋଚନା କରିବାକୁ ଅନିଚ୍ଛା ପ୍ରକାଶ କରୁଥିବାରୁ ସେ ଗଭୀର ଚିନ୍ତିତ। ଅନ୍ତର୍ଜାତୀୟ ଆକାଶରେ ଆମେରିକା ଏବଂ ସହଯୋଗୀ ଦେଶମାନଙ୍କ ସହିତ ଘଟୁଥିବା ବିପଜ୍ଜନକ ବାଧା ଉପରେ ଓଲିଉଡ ଅଷ୍ଟିନ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ। କିଛି ଦିନତଳେ ଆମେରିକା ଏବଂ ଚାଇନା ଯୁଦ୍ଧ ବିମାନ ଦକ୍ଷିଣ ଚାଇନା ସାଗରର ଆକାଶ ମାର୍ଗରେ ଅତି ନିକଟତର ହୋଇଥିଲା।
ତାଇୱାନ ଏବଂ ଚାଇନାର ଗୁପ୍ତଚର ବେଲୁନ ପ୍ରସଙ୍ଗରେ ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି।

Share