Categories: ଜାତୀୟ

ଆଫଗାନ ମାଟି ଆତଙ୍କବାଦ ପାଇଁ ବ୍ୟବହାର ନ ହେଉ: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨ ।୯: କତରର ରାଜଧାନୀ ଦୋହାରେ ଭାରତୀୟ ରାଷ୍ଟ୍ରଦୂତ ଦିପକ ମିତ୍ତଲଙ୍କ ସହ ତାଲିବାନ ନେତା ଶେର ମହମ୍ମଦ ଅବ୍ୱାସ ଷ୍ଟାନେକଜଇଙ୍କର କଥାବାର୍ତ୍ତା ହୋଇଥିଲା । ଏବେ ଏହାକୁ ନେଇ ପ୍ରଶ୍ନ ଉଠୁଛି । ଏହାପରେ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି ସ୍ପଷ୍ଟ କରିଛନ୍ତି କି ତାଲିବାନ ସହ ଆଗକୁ କଥାବାର୍ତ୍ତା ହେବ କି ନା ତା’ର ଉତ୍ତର ହଁ ବା ନା ରେ ଦେଇହେବ ନାହିଁ । ହେଲେ ଆମର ଉଦ୍ଦେଶ୍ୟ କେବଳ ଏତିକି ଯେ ଆଫଗାନିସ୍ତାନର ମାଟି କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର ନ ହେଉ । ସୂଚନାଯୋଗ୍ୟ, ଗୁରୁବାର ଏଆଇଏମ୍‌ଆଇଏମ୍‌ର ନେତା ଅସଦୁଦ୍ଦିନ ଓୱାସି କହିଥିଲେ ଦୋହାରେ ଭାରତୀୟ ରାଷ୍ଟ୍ରଦୂତ ତାଲିବାନ ନେତାଙ୍କ ସହ କଥା ହୋଇଥିଲେ । ଏବେ କେନ୍ଦ୍ର ସରକାର କୁହନ୍ତୁ ସେ ତାଲିବାନକୁ ଆତଙ୍କବାଦୀ ସଙ୍ଗଠନ ମାନୁଛନ୍ତି ନା ନାହିଁ ।

Share