୩୧ ବର୍ଷରେ ତମନ୍ନା: ବାହୁବଳୀ ରାତାରାତି କରିଥିଲା ସୁପରଷ୍ଟାର

ମୁମ୍ବାଇ,୨୧।୧୨: ସାଉଥ୍‌ ଫିଲ୍ମରୁ ବଲିଉଡ୍‌ରେ ପାଦ ଥାପିଥିବା ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଭାଟିଆ ସୋମବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୯ ଡିସେମ୍ବର ୨୧ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ଅଭିନୟ କରିବା ତାଙ୍କ ପାଇଁ ଏକଦମ୍‌ କଷ୍ଟକର ହେଉଥିବାବେଳେ ତାଙ୍କୁ ମିଳିଥିଲା ବାହୁବଳୀ ଦି ବିଗ୍‌ନିଙ୍ଗ୍‌ର ଅଫର। ଏଥିରେ ଅଭିନୟ କରିବା ପୂର୍ବରୁ ସେ କେବେ ଚିନ୍ତା କରି ନ ଥିଲେ ଯେ, ଏହା ତାଙ୍କୁ ରାତାରାତି ସୁପରଷ୍ଟାରର ମାନ୍ୟତା ଆଣିଦେବ। ବାହୁବଳୀର ରିଲିଜ୍‌ ପରେ ତାଙ୍କ ପାଖରେ ଲାଗି ଯାଇଥିଲା ଫିଲ୍ମ ପ୍ରଯୋଜକଙ୍କ ଲମ୍ବା ଲାଇନ୍‌। ଅନେକ ସମୟରେ ତାଙ୍କ ଲଭ୍‌ ଲାଇଫ୍‌ ନେଇ ଗୁଜବ ଉଠିଥାଏ। ତେବେ ଏହାକୁ ତମନ୍ନ ଖାତିର କରି ନ ଥାନ୍ତି। ସେ ନିଜ କାମରେ ବ୍ୟସ୍ତ ରୁହନ୍ତି ଏବଂ ନୀରବ ରୁହନ୍ତି।

Share