ରାଜି ହେଲେ ତମନ୍ନା

ପ୍ରଥମେ ଏହି ଫିଲ୍ମଟି ସାଇନ୍‌ କରିବାକୁ ସେ ଅମଙ୍ଗ ହେଉଥିଲେ। ସେ ଭାବୁଥିଲେ ଯେ ତାଙ୍କ ଭୂମିକାଟି ଆହୁରି ଦମ୍‌ଦାର ହେଲେ ଭଲ ହୁଅନ୍ତା। ଯାହାହେଉ ତାଙ୍କର ଅନୁରୋଧ ରଖି ‘ପ୍ଲାନ୍‌ ଏ ପ୍ଲାନ୍‌ ବି’ର ନିର୍ଦ୍ଦେଶକ ଶଶାଙ୍କ ଘୋଷ ତାଙ୍କ ଭୂମିକାରେ କିଛି ପରିବର୍ତ୍ତନ ଆଣିଛନ୍ତି। ଆଉ ତା’ପରେ ଏଥିରେ ଅଭିନୟ କରିବାକୁ ରାଜି ହୋଇଥିଲେ ସେ। ଅଭିନେତ୍ରୀ ଜଣକ ହେଲେ ତମନ୍ନା ଭାଟିଆ। ‘ଯେତେବେଳେ ଏହି ଫିଲ୍ମରେ ଅଭିନୟ କରିବାକୁ ମୋତେ ଅଫର ଦିଆଗଲା ସେତେବେଳେ ମୋ ରୋଲ୍‌ର କିଛି ପରିବର୍ତ୍ତନ ପାଇଁ ନିର୍ଦ୍ଦେଶକଙ୍କୁ କହିଥିଲି। ଯାହାହେଉ ସେ ପୁଣି ଥରେ ତର୍ଜମା କରି ମୋ ଭୂମିକାକୁ ନୂଆ ରୂପ ଦେଇଛନ୍ତି ବୋଲି କହନ୍ତି ତମନ୍ନା।’ ଖାସ୍‌ କଥା ହେଲା, ବେଶ୍‌ କିଛିବର୍ଷର ଗ୍ୟାପ୍‌ ପରେ ଏହି ଫିଲ୍ମର ନାୟକ ସାଜୁଛନ୍ତି ରିତେଶ ଦେଶମୁଖ। ଏଥିରେ ସେ ଜଣେ ଓକିଲ ଭୂମିକାରେ ଅଭିନୟ କରିବେ। ତ୍ରିଲୋକ ମାଲହୋତ୍ରା ଏବଂ କେ.ଆର. ହରିଶଙ୍କ ପ୍ରଯୋଜିତ ଉକ୍ତ ଫିଲ୍ମର କାହାଣୀ ରଚନା କରିଛନ୍ତି ରଣଜିତ ଆରୋରା। ତେବେ ତମନ୍ନାଙ୍କ ଭୂମିକା ଦର୍ଶକଙ୍କୁ କେତେ ପ୍ରଭାବିତ କରୁଛି ତାହା ଫିଲ୍ମଟି ରିଲିଜ ହେଲେ ହିଁ ଜଣାପଡ଼ିବ।

Share