ବିଜୟଙ୍କ ସହ ରିଲେଶନକୁ କନଫର୍ମ କଲେ ତମନ୍ନା

ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ଓ ବିଜୟ ବର୍ମାଙ୍କ ରିଲେସନଶିପକୁ ନେଇ କିଛଇଦିନ ହେବ ଚର୍ଚ୍ଚା ଲାଗି ରହିଛି। ଏମାନଙ୍କୁ ଅନେକଥର ସ୍ପଟ ବି କରାଯାଇଛି। ଗୋଆରେ ହୋଇଥିବା ନ୍ୟୁୟର ପାର୍ଟିରେ ଏମାନଙ୍କୁ ଏକାଠି ସ୍ପଟ କରାଯାଇଥିଲା। ଏହିସମୟରେ ଏମାନେ ପରସ୍ପରକୁ ଆଲିଙ୍ଗନ କରିବା କିସ୍‌ କରିବା ଭିଡିଓ ଭାଇରାଲ ହୋଇଥିଲା। ସେବେଠାରୁ ତମନ୍ନା-ବିଜୟଙ୍କ ରିଲେସନକୁ ନେଇ ଚର୍ଚ୍ଚା ହେଉଛି। ଏହାପରେ ବି ଡିନର ଡେଟ ଓ ଏୟାରପୋର୍ଟରେ ଉଭୟଙ୍କୁ ସ୍ପଟ କରାଯାଇଛି। ଏବେ ଏହି ରିଲେସନଶିପକୁ ନେଇ ମିଡିଆ ସାମ୍ନାରେ ପ୍ରଥମଥର ତମନ୍ନା ମୁହଁ ଖୋଲିଛନ୍ତି।

ନେଟଫ୍ଲିକ୍ସର ଫିଲ୍ମ ‘ଲଷ୍ଟ ଷ୍ଟୋରୀ ୨’ରେ ଏକାଠି ଅଭିନୟ କରିଥିବା ତମନ୍ନା ଏବଂ ବିଜୟଙ୍କ ଶୁଟିଂ ସମୟରେ ନିକଟତର ହୋଇଥିଲେ। ଫିଲ୍ମ କ୍ୟାମେପନିୟନକୁ ଦେଇଥିବା ଏକ ସାକ୍ଷାତକାରରେ ତମନ୍ନା କହିଛନ୍ତି, ‘ଜଣେ ବ୍ୟକ୍ତି ଅଛନ୍ତି ଯାହା ବିଷୟରେ ମୁଁ ବହୁତ ଚିନ୍ତା କରେ, କାରଣ ସେ ମୋର ହାପି ପ୍ଲେସ
ତମନ୍ନା ଭାଟିଆ ତାଙ୍କ ରିଲେସନଶିପକୁ ନେଇ କହିଛନ୍ତି, ’ମୁଁ ଭାବୁନାହିଁ ଯେ ସେ ତୁମର ସହ-ଅଭିନେତା ହୋଇଥିବାରୁ ତୁମେ କାହା ପ୍ରତି ଆକର୍ଷିତ ହେବ। ମୋର ଅନେକ ସହ-ଅଭିନେତା ଅଛନ୍ତି । ମୁଁ ଭାବୁଛି ଯଦି କାହାକୁ ପ୍ରେମରେ ପଡ଼ିବାକୁ ପଡିବ, କାହା ପାଇଁ କିଛି ଅନୁଭବ କରିବାକୁ ପଡିବ, ତେବେ ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ସେମାନେ କେଉଁ କାମ କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ମୋର ଅର୍ଥ ଏହା ଘଟିବା ଆବଶ୍ୟକ ନୁହେଁ।
ତମନ୍ନା ଆହୁରି କହିଛନ୍ତି, ‘ଭାରତରେ ମଧ୍ୟ ଏକ ସମସ୍ୟା ଅଛି ଯେ ଜଣେ ଝିଅକୁ ଜୀବନସାଥୀ ପାଇଁ ସାରା ଜୀବନ ବଦଳାଇବାକୁ ପଡ଼ିବ। ତୁମେ ସେହି ବ୍ୟକ୍ତିଙ୍କ ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ, କିନ୍ତୁ ସେ (ବିଜୟ ବର୍ମା) ସେପରି ନୁହଁନ୍ତି। ସେ ମୋ ଜୀବନ ଏସମ୍ପୂର୍ଣ୍ଣ ଭାବେ ବୁଛିଛନ୍ତି। ସେ ହେଉଛନ୍ତି ଜଣେ ସେମିତି ବ୍ୟକ୍ତି ଯାହା ବିଷୟରେ ମୁଁ ଗଭୀର ଭାବରେ ଚିନ୍ତା କରେ । ସେ ମୋର ଖୁସିର ସ୍ଥାନ ପାଲଟିଛନ୍ତ।

Share