ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ପୂରଣ କଲେ ତମନ୍ନା ଭାଟିଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ ବ୍ୟାକ ଟୁ ବ୍ୟାକ ନିଜ ଦମଦାର ପ୍ରଦର୍ଶନ କରି ପ୍ରଶଂସକଙ୍କ ହୃଦୟ ଜିତି ଯାଇଛନ୍ତି। କିଛି ଅଲଗା ପ୍ରୋଜେକ୍ଟର ଅଂଶ ବି ରହି ସାରିଛନ୍ତି ଅଭିନେତ୍ରୀ। ନିକଟରେ ସେ ‘ଜି କରଦା’ ପରେ ‘ଲଷ୍ଟ ଷ୍ଟୋରିଜ ୨’ ଆଉ ଏବେ ଆଖିରି ସଚ୍ଚରେ ନଜର ଆସିଛନ୍ତି। ସୂଚନାଯୋଗ୍ୟ, ସେ ତାଙ୍କର କଓ୍ବଲା ଗୀତ ପାଇଁ ଇଣ୍ଟରନେଟରେ ଛାଇ ହୋଇ ଯାଇଛନ୍ତି। ଏବେ ଇଣ୍ଡଷ୍ଟ୍ରିରେ ତମନ୍ନା ପୂରଣ କରିଛନ୍ତି ୧୮ ବର୍ଷ। ଏହି ଅବସରରେ ସେ ସମସ୍ତ ମହତ୍ୱପୂର୍ଣ୍ଣ କ୍ୟାରେକ୍ଟରକୁ ଦର୍ଶାଇ ଏକ ଏକ ନୋଟ ସହ ଏକ ଭିଡିଓ ସେୟାର କରିଛନ୍ତି। ତମନ୍ନା ଭାଟିଆ ଲେଖିଛନ୍ତି, କିଶୋର ସ୍ବପ୍ନରୁ ବୟସ୍କଙ୍କ ହୃଦୟଙ୍ଗମ … ଦୁଃଖ ସମୟରେ ଜଣେ ଝିଅ ଠାରୁ ଆରମ୍ଭ କରି ପଡୋଶଈରେ ରହୁଥିବା ଝିଅଠାରୁ ବଦମାସ ବାଉନ୍ସର ପର୍ଯ୍ୟନ୍ତ। ଏହା କେମିତି ସଫର ଥିଲା!
ତମନ୍ନା ‘ଆଖରି ସଚ୍ଚ’ରେ ତାଙ୍କ ଚରିତ୍ର ବିଷୟରେ ଅଧିକ ଆଲୋଚନା କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ଅନ୍ୟା ମୋ ପାଇଁ ଏକ ବିଶେଷ ଭୂମିକା। ଆଖଣି ସଚ୍ଚ ପରି ଏକ ଚିତ୍ତାକର୍ଷକ କାହାଣୀରେ ପୋଲିସ ଭୂମିକାରେ ଅଭିନୟ କରିବା ନିଶ୍ଚିତ ଭାବରେ ଏକ ଆହ୍ବାନ ଥିଲା … କିନ୍ତୁ ମୁଁ ଏହାକୁ ଖୋଲା ହାତରେ ସ୍ବାଗତ କଲି। ମୁଁ ଏହି ଚରିତ୍ରରେ ମୋ ସ୍ତରରୁ ସର୍ବୋତ୍ତମ ଚେଷ୍ଟା କଲି। ଭାବନାକୁ ପ୍ରକାଶ କରିବା ଏବଂ ଏହାକୁ ଘଟାଇବା ପାଇଁ ଧାରଣା ଥିଲା ବୋଲି ସେ କହିଛନ୍ତି। ଏହା ସହିତ ନ୍ୟାୟ ଆଶା କରେ ଆପଣମାନେ ଅନ୍ୟାଙ୍କୁ ଉପଭୋଗ କରିବେ! ଏହି ସମୟରେ, ଏହି ଚମତ୍କାର ସ୍ମୃତିଗୁଡ଼ିକୁ ମନେ ପକାଇବାକୁ କିଛି ସମୟ ପାଇଲି ଏବଂ ଏହାକୁ ଆପଣ ସମସ୍ତଙ୍କ ସହ ବାଣ୍ଟିବାକୁ ଚାହିଁଲି … ଯେଉଁମାନେ ଏହି ସ୍ବପ୍ନର ଯାତ୍ରା ସମୟରେ ମୋତେ ଅଧିକ ସମର୍ଥନ କରିଥିଲେ। ଧନ୍ୟବାଦ ଏବଂ ମୁଁ ତୁମ ସମସ୍ତଙ୍କୁ ଭଲ ପାଏ ।
ସେ ୨୫ ଅଗଷ୍ଟରେ ଓଟିଟିରେ ମୁକ୍ତିଲାଭ କରିଥିବା ‘ଆଖରି ସଚ୍ଚ’ରେ ଜଣେ କଠୋର ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ। ୨୦୦୫ରେ ତମନ୍ନା ମନୋରଞ୍ଜନ ଦୁନିଆରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଥିଲା ‘ଚାନ୍ଦ ସା ରୋଶନ ଚେହରା’ ହୋଇଥିବାବେଳେ ତାଙ୍କର ପ୍ରଥମ ତେଲୁଗୁ ଚଳଚ୍ଚିତ୍ରର ନାମ ‘ଶ୍ରୀ’ ଥିଲା।

Share