ମୁମ୍ବାଇ: କରୋନା ସଂକ୍ରମଣ ଏବେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ୨ ଦିନ ତଳେ ବଲିଉଡ୍ ନାୟିକା ତମନ୍ନା ଭାଟିଆ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଥିଲା । ଏହାପରେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ନିକଟରେ ସେ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଲେଖିଛନ୍ତି, ସେ ଏବେ କରେନାକୁ ହରାଇ ଦେଇଛନ୍ତି । ତାଙ୍କର କରୋନା ରିପୋର୍ଟ ନେନେଟିଭ ଆସିଛି ଓ ଏବେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି । ସେ ତାଙ୍କ ପୋଷ୍ଟରେ ଆହୁରି ମଧ୍ୟ ଲେଖିଛନ୍ତି ମୁଁ ଓ ମୋର ସମ୍ପୂର୍ଣ୍ଣ ଟିମ୍ କରୋନାକୁ ନେଇ ବେଶ୍ ସତର୍କ ଥିଲୁ । ଏହାପରେ ବି ଏହା ଠିକ୍ ହୋଇ ପାରୁନାହିଁ । ସେ କହିଛନ୍ତି ମୋତେ ଯେତେବେଳେ ମାଇଲ୍ଡ ଜ୍ୱର ରହିଲା ସେତେବେଳେ ମୁଁ କରୋନା ଟେଷ୍ଟ କଲି ଓ ମୋର ରିପୋର୍ଟ ପଜିଟିଭ ଆସିଲା । ଚିକିତ୍ସା ପରେ ସେ ଏବେ ସୁସ୍ଥ ଥିବା ଜଣାଇଛନ୍ତି ।