ତମନ୍ନାଙ୍କ ଗ୍ଲାମରସ ଫଟୋଶୁଟ୍‌

ମୁମ୍ବାଇ: ଦକ୍ଷିଣ ଭାରତୀୟ ତଥା ବଲିଉଡ୍ ଫିଲ୍ମର ନାୟିକା ତମନ୍ନା ଭାଟିଆ ନିକଟରେ କରୋନାରେ ସଂକ୍ରମିତ ହୋଇଥିଲେ । ଏହାସହ ତାଙ୍କ ମାତାପିତା ବି କରୋନାରେ ସଂକ୍ରମିତ ହୋଇଥିବା ସେ ସୂଚନା ଦେଇଥିଲେ । ହେଲେ ଏବେ ସେ କରୋନା ମୁକ୍ତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବା ସହ ଅନ୍ୟମାନଙ୍କ ପରି ୱାର୍କମୁଡକୁ ଆସି ଯାଇଛନ୍ତି । ଦୀପାବଳି ପାଇଁ ଅନ୍ୟ ଷ୍ଟାରମାନଙ୍କ ଭଳି ସେ ବି ପ୍ରସ୍ତୁତ ହୋଇଯାଇଛନ୍ତି । ନିକଟରେ ସେ ଏକ ଗ୍ଲାମରସ ଫଟୋଶୁଟ୍ କରିଥିବା ବେଳେ ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପରପଲ ଓ ହ୍ୱାଇଟ କଲର୍ କମ୍ବିନେଶନରେ ସେ ଏକ ଶାଢି ପିନ୍ଧିଥିବା ଦେଖାଯାଇଛି । ଯେଉଁଥିରେ ତମନ୍ନା ଖୁବ୍ ସୁନ୍ଦର ଲାଗୁଛନ୍ତି । ଏହି ବାହୁବଳି ଫେମ୍ ନ୍ୟୁଡ ମେକଅପ୍ ସହ ସିମ୍ପଲ ହେୟାର ଷ୍ଟାଇଲରେ ସୁନ୍ଦର ଲାଗୁଛନ୍ତି । କେବଳ ତାଙ୍କ ପ୍ରଶଂସକ ନୁହେଁ ବରଂ କେତେଜଣ ସେଲିବ୍ରଟି ତମନ୍ନାଙ୍କର ଏହି ଗ୍ଲାମରସ ଲୁକ୍‌କୁ ପସନ୍ଦ କରିଛନ୍ତି । ନିକଟରେ ମନିଷ ମାଲହୋତ୍ରାଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ଏହିଭଳି ଏକ ଶାଢି ପିନ୍ଧି ମୃଣାଲ ଠାକୁର ଏକତା କପୁରଙ୍କ ଦୀପାବଳି ପାର୍ଟିରେ ଯୋଗ ଦେଇଥିବା ବେଳେ ଏବେ ତମନ୍ନା ଓ ମୃଣାଲଙ୍କୁ କମ୍ପେୟାର କରାଯାଉଛି । ତେବେ ମୃଣାଳଙ୍କ ଶାଢିର ରଙ୍ଗ ଥିଲା ବ୍ରାଉନ ଓ ଗୋଲଡେନ । ସେ ବି ଠିକ୍ ତମନ୍ନାଙ୍କ ଭଳି ନ୍ୟୁଡ ମେକଅପ୍ ନେଇ ସିମ୍ପଲ ହେୟାର ଷ୍ଟାଇଲରେ ନଜର ଆସିଥିଲେ ।

Share