ଇମୋଶନାଲ ହେଲେ ତମନ୍ନା

ମୁମ୍ବାଇ: ଗତ କିଛିଦିନ ହେବ ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀ ତମନ୍ନା ଭାଟିଆ। ବିଜୟ ବର୍ମାଙ୍କ ସହ ତାଙ୍କ ରିଲେସନଶିପକୁ ନେଇ ସେ ଯେବେଠାରୁ ଅଫିସିୟାଲି ଘୋଷଣା କରିଛନ୍ତି ସେବେଠାରୁ ସେ ଚର୍ଚ୍ଚାରେ ରହି ଆସୁଛନ୍ତି। ଏବେ ସେ ବିଜୟ ବର୍ମାଙ୍କ ସହ ତାଙ୍କ ପ୍ରଥମ ପ୍ରୋଜେକ୍ଟ ‘ଲଷ୍ଟ ଷ୍ଟୋରିଜ ୨’ର ପ୍ରମୋଶନରେ ବିଜି ଅଛନ୍ତି। ଏହି ବିଜି ସିଡ୍ୟୁଲ ଭିତରେ ସୋମବାର ରାତିରେ ତାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ସ୍ପଟ କରାଯାଇଥିଲା। କଥାହେଲା ବିମାନ ବନ୍ଦରରେ ତାଙ୍କର ଜଣେ ପ୍ରଶଂସକଙ୍କଠାରୁ ଏକ ପ୍ୟାରାସା ସରପ୍ରାଇଜ ମିଳିବାରୁ ଅଭିନେତ୍ରୀ ଇମୋଶନାଲ ହୋଇଯାଇଥିଲେ। ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀଙ୍କ ପ୍ରଶଂସକ ଏକ ଫୁଲତୋଡା ନେଇ ତାଙ୍କ ନିକଟକୁ ଆସୁଛନ୍ତି ଓ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି। କେବଳ ସେତିକି ନୁହେଁ ପ୍ରଶଂସକଙ୍କ ହାତରେ ନିଜର ଟାଟୁ ଦେଖି ଭାବବିହ୍ବଳ ହୋଇଯାଇଥିଲେ ଅଭିନେତ୍ରୀ। ଟାଟୁ ସହ ଉକ୍ତ ପ୍ରଶଂସକ ଲେଖିଥିଲେ , ‘ଆଇ ଲଭ ୟୁ ତମନ୍ନା’। ଏହାକୁ ଦେଖି ଅଭିନେତ୍ରୀ ଭାବୁକ ହୋଇଯିବା ସହ ପ୍ରଶଂସକଙ୍କୁ କୁଣ୍ଡାଇ ପକାଇଥିଲେ। ଏହାକୁ ବିଶ୍ୱାସ କରିପାରି ନ ଥିଲେ ତମନ୍ନା। ପରେ ସେ ତାଙ୍କୁ ଧନ୍ୟବାଦ ଦେଇଥିଲେ।

Share