ଜନ ଅବ୍ରାହମଙ୍କ ସହ ଅନସ୍କ୍ରିନ ରୋମାନ୍ସ କରିବେ ତମନ୍ନା!

ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ଏବେ ତାଙ୍କ ସିରିଜ ‘ଜି କରଦା’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ବହୁତ ଭଲ ପରଫରମାନ୍ସ ଦେଇ ତାଙ୍କ ଆକ୍ଟିଂ ସ୍କିଲର ପ୍ରମାଣ ଏହି ଶୋ’ରେ ପ୍ରଦର୍ଶିତ କରିଛନ୍ତି ଅଭିନେତ୍ରୀ।ଅନ୍ୟପଟେ ଆକ୍ସନ ଷ୍ଟାର ଜନ ଅବ୍ରାହମ ପଠାନରେ ଭିଲେନ ଭୂମିକାରେ ନଜର ଆସିଥଲେ, ଯେଉଁଥିରେ ସେ ଇଣ୍ଡଷ୍ଟ୍ରିରେ ଖଳନାୟକର ଏକ ଭିନ୍ନ ପରିଚୟ ସୃଷ୍ଟି କରିଦେଲେ। ଏହି ଦୁଇ ପ୍ରତିଭାବାନ କଳାକାରଙ୍କୁ ଏବେ ଏକାଠି ଦେଖିବାକୁ ମିଳିବ, ଯେଉଁଥିରେ ଭିଜୁଆଲ ଟ୍ରିଟ କମ ହେବ ନାହିଁ ଓ ଏହାକୁ ନେଇ ଏବେ ବିଶେଷ ସୂତ୍ରରୁ ଏକ ଭଲ ଅପଡେଟ ସାମ୍ନାକୁ ଆସିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତମନ୍ନା ଭାଟିଆଙ୍କୁ ଏକ ନୂଆ ପ୍ରୋଜେକ୍ଟରେ ଜନ ଅବ୍ରାହମଙ୍କ ସହ ଦେଖିବାକୁ ମିଳିବ। ସମୟ ସହ ପ୍ରୋଜେକ୍ଟ ସହ ଜଡିତ ଆହୁରି କିଛି ନୂଆ ତଥ୍ୟ ବି ସାମ୍ନାକୁ ଆସିବ। ଫିଲ୍ମର ନିର୍ଦ୍ଦେଶନା ଲୋକପ୍ରିୟ ନିର୍ଦ୍ଦେଶକ ନିଖିଲ ଆଡଭାନୀ ଦେବେ। ଏବେ ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କ ସହ କିଛି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଜନ ଅବ୍ରାହମ ବି ଦେଖାଯାଇଛନ୍ତି। ଏହି ପୋଷ୍ଟରେ ତମନ୍ନା ତାଙ୍କ ଅପକମିଂ ପ୍ରୋଜେକ୍ଟ ସମ୍ପର୍କରେ ବି ଆନାଉନ୍ସମେଣ୍ଟ କରିଛନ୍ତି।
ଏହି ଫଟୋରେ ଗୋଟିଏ ପଟେ ଜନ ଓ ଅନ୍ୟପଟେ ଫିଲ୍ମ ନିର୍ଦ୍ଦେଶକ ନିଖିଲ ଆଡଭାନୀ ନଜର ଆସୁଥିବା ବେଳେ ମଝିରେ ଅଛନ୍ତି ତମନ୍ନା। ଏହାସହ କ୍ୟାପଶନରେ ନାୟିକା ଲେଖିଛନ୍ତି, ବହୁତ ଥ୍ରିଲ ଓ ଏକ୍ସାଇଟେଡ ଅଛି ନିଜ ନୂଆ ଜର୍ନିଂକୁ ଆରମ୍ଭ କରିବାକୁ ନେଇ। ଭେଦା ଫ୍ରାମିଲି ଫର ଓ ଭେରି ସ୍ପେଶାଲ ରୋଲ। ଅପେକ୍ଷା କରି ହେଉନି ଏମିତି କମାଲ ଓ ବେହତରିନ ଟିମ ସହ କାମ କରିବାକୁ।

Share