ରେଡ କାର୍ପେଟରେ ଚାଲିବା ପୂର୍ବରୁ ହଲିଉଡ ଅଭିନେତ୍ରୀଙ୍କ ଆଶୀର୍ବାଦ ନେଲେ ତମନ୍ନା

ମୁମ୍ବାଇ: ଫେମଶ ଅଭିନେତ୍ରୀ ତମନ୍ନା ଭାଟିଆ ଏବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ । ସୋସିଆଲ ମିଡିଆରେ କାନ୍ସରୁ ତାଙ୍କର ଲେଟେଷ୍ଟ ଲୁକ୍ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ତମନ୍ନା ରେଡ କାର୍ପେଟରେ ବ୍ଲାକ ଥାଇ ହାଇ ସ୍ଲିଟ ଶିମରି ଗାଉନରେ ନଜର ଆସିଛନ୍ତି । ଏହି ଫଟୋ ବ୍ୟତୀତ ସୋସିଆଲ ମିଡିଆରେ ତମନ୍ନାଙ୍କର ଏକ ଭିଡିଓ ବି ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତମନ୍ନା କାନ୍ସର ରେଡ କାର୍ପେଟ ୱାକ ପୂର୍ବରୁ କାହାର ଆଶୀର୍ବାଦ ନେଉଛନ୍ତି । ଏହି ଭିଡିଓରେ ତମନ୍ନା କାନ୍ଥରେ ଲାଗିଥିବା ଏକ ଫଟୋ ନିକଟରେ ଠିଆ ହୋଇ ହାତ ଯୋଡି ଆଶୀର୍ବାଦ ନେଉଛନ୍ତି ।
ତେବେ ଫଟୋଟି ହଲିଉଡର ବଡ ଷ୍ଟାର ଆଣ୍ଡ୍ରେ ହେପବର୍ନଙ୍କର । ସେ ପ୍ରଥମେ ଜଣେ ବ୍ରିଟିଶ କଳାକାର ପରେ ହଲିଉଡରେ ବଡ ଷ୍ଟାର ପାଲଟି ଯାଇଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ତମନ୍ନା ଆଣ୍ଡ୍ରେ ହେପବର୍ନଙ୍କ ଆଶୀର୍ବାଦ ନେଉଥିବା ଦେଖାଯାଇଛି । ଭିଡିଓରେ ସେ କହୁଛନ୍ତି, ଆଣ୍ଡ୍ରେ ହେପବର୍ନ ଜି, ମୁଁ ରେଡ କାର୍ପେଟରେ ୱାକ କରିବାକୁ ଯାଉଛି ତାହା ପୁଣି କାନ୍‌ରେ । ଏହି ସମୟରେ ତମନ୍ନା ହାତଯୋଡି ଠିଆ ହୋଇଛନ୍ତି । ଫଟୋରେ ସେ କାନ୍ସର ଲାଟେଷ୍ଟ ଲୁକରେ ନଜର ଆସିଛନ୍ତି । ତମନ୍ନାଙ୍କ କ୍ୟାରିୟର କଥା କହିବା ତ ଶେଷ ଥର ପାଇଁ ସେ ବାଦଶାହଙ୍କ ଗୀତ ‘ତବାହି’ରେ ନଜର ଆସିଥିଲେ ।

Share