ତମନ୍ନା ଭାଟିଆ-ବିଜୟ ବର୍ମା ପାର୍ଟିରେ କଲେ ରୋମାଣ୍ଟିକ ଏଣ୍ଟ୍ରି, ଭିଡିଓ ଭାଇରାଲ…

ମୁମ୍ବାଇ : ସମ୍ପ୍ରତି ବି-ଟାଉନର ନୂଆ ପ୍ରେମ ପକ୍ଷୀ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଘରେ ଆୟୋଜିତ ଦିୱାଲୀ ପାର୍ଟିରେ ତାରକାଙ୍କ ସମାବେଶ ହୋଇଥିଲା। ଇଣ୍ଡଷ୍ଟ୍ରିର ସମସ୍ତ ବଡ ବ୍ୟକ୍ତିତ୍ୱ ଏହି ପାର୍ଟିରେ ଯୋଗଦେଇଥିଲେ। ଏହି ସମୟରେ, ଯେଉଁମାନେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ, ସେମାନେ ହେଉଛନ୍ତି ବିଜୟ ବର୍ମା ଏବଂ ତମନ୍ନା ଭାଟିଆ। ଦୁହେଁ ପାର୍ଟିରେ ରୋମାଣ୍ଟିକ ଏଣ୍ଟ୍ରି କରିଥିଲେ।

ଏହାପରେ ସମାନଙ୍କ ସମ୍ପର୍କକୁ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବର୍ତ୍ତମାନ ଯେଉଁ ଭିଡିଓରେ ସାମ୍ନାକୁ ଆସିଛି, ଏହି ପ୍ରେମ ପକ୍ଷୀ ଦୁହେଁ ଶିଳ୍ପା ଶେଟ୍ଟୀଙ୍କ ଦିୱାଲୀ ପାର୍ଟିରେ ରୋମାଣ୍ଟିକ ଭାବେ ଏଣ୍ଟ୍ରି କରୁଥିବା ଦେଖିବାକୁ ମିଳୁଛି। ସେମାନେ ପରସ୍ପରର ହାତ ଧରି ପାର୍ଟିରେ ପ୍ରବେଶ କରିଥିଲେ। ଦୀପାବଳି ପାର୍ଟିକୁ ଉପଭୋଗ କରିବା ପାଇଁ ଦୁହେଁ ପାରମ୍ପରିକ ଶୈଳୀର ପୋଷାକ ପିନ୍ଧି ଆସିଥିଲେ। ତମନ୍ନା ଏକ ସୁନ୍ଦର ଲେହେଙ୍ଗା ପିନ୍ଧିଥିଲେ। ବିଜୟ ବର୍ମା ମଧ୍ୟ ଏକ କଳା ପୋଷାକରେ ବହୁତ ସୁନ୍ଦର ଦେଖାଯାଉଥିଲେ।

କିନ୍ତୁ ସବୁଠାରୁ ବିଶେଷ କଥା ହେଲା ଦୁହେଁ ପରସ୍ପରର ହାତ ଧରି ପୁରା ସମୟ ବୁଲୁଥିବାର ଦେଖାଯାଇଥିଲା। ଏହି ସମୟରେ, ସେମାନଙ୍କର କେମେଷ୍ଟ୍ରି ସ୍ପଷ୍ଟ ଦେଖାଯାଉଥିଲା। ଦୁହେଁ ଏକାଠି ବହୁତ ସୁନ୍ଦର ଏବଂ ବହୁତ ଖୁସି ଦେଖାଯାଉଥିଲେ। ଗଣମାଧ୍ୟମ ପାଇଁ ସେମାନେ ଏକାଠି ପୋଜ ଦେଇଥିଲେ। ଏହି ଭିଡିଓକୁ ନେଇ ବିଭିନ୍ନ ୟୁଜର ଭିନ୍ନ ଭିନ୍ନ ମତ ଦେବାରେ ଲାଗିଛନ୍ତି।

 

 

Share