ଡେଟ କରୁଛନ୍ତି ତମନ୍ନା!

ମୁମ୍ବାଇ: ବଲିଉଡରେ ବିଜୟ ବର୍ମା ଓ ତମନ୍ନା ଭାଟିଆଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଚାଲିଛି। ଉଭୟଙ୍କୁ ଅନେକ ସମୟରେ ପାର୍ଟିରେ ଦେଖିବାକୁ ମିଳୁଛି। ଏହି ଆଫେୟାର ଭିତରେ ଏବେ ତମନ୍ନା ଓ ବିଜୟଙ୍କୁ ଡିନର ଡେଟରେ ଯାଉଥିବା ବେଳେ ସ୍ପଟ କରାଯାଇଛି। ଏମାନଙ୍କୁ ଏକାଠି ଦେଖି ପୈପରାଜି ତାଙ୍କ ଉପରକୁ କ୍ୟାମେରା ଫୋକସ କରିବା ପରେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି ବିଜୟ କାରରେ ତମନ୍ନାଙ୍କୁ ପିକ କରୁଛନ୍ତି। ବଲିଉଡ ଲଭ ବାର୍ଡଙ୍କୁ ଏକାଠି ଦେଖି ପ୍ରଶଂସକ ଖୁବ ଖୁସି ହୋଇଛନ୍ତି। କୁହାଯାଏ ଏମାନଙ୍କ ପ୍ରଥମ ସାକ୍ଷାତ୍‌ ଲଷ୍ଟ ଷ୍ଟୋରିଜ ୨ର ସେଟ୍‌ରେ ହୋଇଥିଲା। ସେଟ୍‌ରେ ଉଭୟ ବନ୍ଧୁ ହୋଇଥିବା ବେଳେ ଏବେ ଏମାନଙ୍କ ଆଫେୟାର୍ସକୁ ନେଇ ଚର୍ଚ୍ଚା ହେଉଛି।

Share