ତମନ୍ନାଙ୍କ ସହ ଫଟୋସୁଟ୍‌କୁ ନେଇ ବିଜୟ ହେଲେ ଟ୍ରୋଲ୍‌, ରୋମାଣ୍ଟିକ୍‌ ଅନ୍ଦାଜରେ ଟ୍ରୋଲ୍‌ରେ ପ୍ରତିକ୍ରିୟା ଦେଲେ ଅଭିନେତ୍ରୀ

ମୁମ୍ବାଇ: ନିକଟରେ ଅଭିନେତା ବିଜୟ ବର୍ମା ଏବଂ ତମନ୍ନା ଭାଟିଆ ସେମାନଙ୍କ ଲଭ୍‌ ଲାଇଫ୍‌କୁ ଅଫିସିଆଲ କରିଥିଲେ। ତେବେ ସେବେଠାରୁ ଉଭୟଙ୍କୁ ଅନେକ ସାକ୍ଷାତକାରରେ ପରସ୍ପର ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଏମଧ୍ୟରେ ଅନେକ ଲୋକ ସୋସିଆଲ ମିଡିଆରେ ବିଜୟଙ୍କୁ ଟ୍ରୋଲ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ତେବେ ଏକ ଟ୍ରୋଲକୁ ବିଜୟ ଏବଂ ତମନ୍ନା ଟ୍ବିଟର୍‌ରେ ରୋମାଣ୍ଟିକ ଅନ୍ଦାଜରେ ପ୍ରତିକ୍ରିୟା ଦେଇଛନ୍ତି।

ସୂଚନାଯୋଗ୍ୟ, ବିଜୟ ଏବଂ ତମନ୍ନାଙ୍କ ଜଣେ ପ୍ରଶଂସକ ଟ୍ବିଟ୍‌ରରେ ଉଭୟଙ୍କ ଫଟୋସୁଟ୍‌ ସେୟାର କରିଛନ୍ତି। ଏହି ଫଟୋସୁଟ୍‌ ଦୁହେଁ ‘ଲଷ୍ଟ ଷ୍ଟୋରୀ ୨’ ପାଇଁ କରିଥିଲେ। ଫଟୋରେ ପ୍ରଶଂସକ ଲେଖିଛନ୍ତି, ‘ସି ଇଜ୍‌ ଏଭ୍ରିଥିଙ୍ଗ. ହି ଇଜ୍‌ ଜଷ୍ଟ ବିଜୟ’। ଅର୍ଥାତ୍‌ ‘ତମନ୍ନା ସବୁକିଛି। ସେ କେବଳ ବିଜୟ’। ତେବେ ଏହି ଟ୍ବିଟ୍‌ ବିଜୟଙ୍କୁ ଖରାପ ଲାଗି ନ ଥିଲା। ସେ ଏହାକୁ ରିଟ୍ବିଟ୍‌ କରି କହିଛନ୍ତି, ମୁଁ ଏହା ସହ ସହମତ ଅଟେ।

ଏହା ପରେ ତମନ୍ନା ବିଜୟଙ୍କ ଟ୍ବିଟ୍‌କୁ ରିଟ୍ବିଟ୍‌ କରି ‘ପ୍ରିନ୍ସ’ର ଇମୋଜି ପୋଷ୍ଟ କରିଛନ୍ତି।

Share