ତମନ୍ନାଙ୍କ ଘରକୁ ପଶିଲା କରୋନା: ପୋଷ୍ଟ ଲେଖି ପ୍ରଶଂସକଙ୍କୁ କଲେ ଏଭଳି ନିବେଦନ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଭେଟେରାନ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ମାତାପିତା କରୋନା ପଜିଟିଭ୍‌ ହୋଇଛନ୍ତି। ତାଙ୍କ ପିତାମାତାଙ୍କଠାରେ କରୋନାଙ୍କର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲା। ଏହା ପରେ ସେ କୋଭିଡ ୧୯ ପରୀକ୍ଷା କରିଥିଲେ। ଏବେ ସେମାନଙ୍କର ପରୀକ୍ଷା ରିପୋର୍ଟ ଆସିଛି। ଯେଉଁଥିରେ ସେ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଛି। ଅପରପକ୍ଷେ ତମନ୍ନା ଏବଂ ଘରେ ଥିବା ଅନ୍ୟ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ତେବେ ତମନ୍ନା ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ମା’ବାପାଙ୍କ ସ୍ବାସ୍ଥ୍ୟ ଠିକ୍‌ ହେବା ନେଇ ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି।

ତମନ୍ନା ନିଜର ଟୁଇଟର ଏବଂ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ତାଙ୍କ ମା’ବାପାଙ୍କ କରୋନା ପଜିଟିଭ୍‌ ଆସିଥିବାବେଳେ ପରିବାରର ଅନ୍ୟ ସଦସ୍ୟ ଏବଂ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ତାଙ୍କ ନମୂନା ରିପୋର୍ଟ ମଧ୍ୟ ନେଗେଟିଭ୍‌ ଆସିଛି। ଭଗବାନଙ୍କ ଆଶୀର୍ବାଦ ଯୋଗୁ ସେମାନେ କୌଣସି ସମସ୍ୟାର ସମ୍ମୁଖୀନ ହେଉନାହାନ୍ତି। ହେଲେ ମା’ବାପା ଶୀଘ୍ର ସୁସ୍ଥହୋଇ ଘରକୁ ଫେରନ୍ତୁ ବୋଲି ପ୍ରାର୍ଥନା କରିବାକୁ ସେ ପ୍ରଶଂସକମାନଙ୍କୁ ନିବେଦନ କରିଛନ୍ତି।

Share