୧୮ ବର୍ଷର ନିୟମ ଭାଙ୍ଗିଲେ ତମନ୍ନା, ଦେଲେ ଅନ୍‌ସ୍କ୍ରିନ୍‌ ଚୁମ୍ବନ

ମୁମ୍ବାଇ: ସାଉଥ୍‌ ଏବଂ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣାଶୁଣା  ଅଭିନେତ୍ରୀ ତମନ୍ନା ଭାଟିଆ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାରେ ଅଛନ୍ତି।  ବିଜୟ ବର୍ମାଙ୍କ ସହ ତାଙ୍କର ଡେଟିଂକୁ କିଛି ଦିନ ପୂର୍ବରୁ ତମନ୍ନା ନିଶ୍ଚିତ କରିଛନ୍ତି। ସେ ତାଙ୍କ ପ୍ରେମ ଜୀବନ ବିଷୟରେ ଏକ ସୂଚନା ଦେଇ ଅଭିନେତାଙ୍କୁ ‘ହାପି ପ୍ଲେସ୍‌’ ବୋଲି କହିଥିଲେ। ତାଙ୍କୁ ବିଜୟ ବର୍ମାଙ୍କ ସହ ‘ଲଷ୍ଟ ଷ୍ଟୋରି-୨’ରେ ମଧ୍ୟ ଦେଖିବାକୁ ମିଳିବ। ଅନ୍ୟପକ୍ଷରେ, ତମନ୍ନା ୧୮ ବର୍ଷରୁ ଅଧିକ ସମୟ ଧରି ଅଭିନୟ ଜଗତରେ ଅଛନ୍ତି ଏବଂ ତାଙ୍କ କ୍ୟାରିୟରରେ ସେ ସର୍ବଦା ସ୍ବଚ୍ଛ ଭୂମିକାରେ ନଜର ଆସିଛନ୍ତି।

ପରଦାରେ ଚୁମ୍ବନ ଦୃଶ୍ୟ କିମ୍ବା ରୋମାଣ୍ଟିକ ଦୃଶ୍ୟ ଉପରେ ତମନ୍ନାଙ୍କୁ କେବେବି ଦେଖାଯାଇ ନ ଥିଲା, କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ନିଜର ୧୮ବର୍ଷର ନିୟମ ଭାଙ୍ଗିଛନ୍ତି। ଅଭିନେତ୍ରୀଙ୍କୁ ଅନ୍‌-ସ୍କ୍ରିନରେ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି। ‘ଲଷ୍ଟ ଷ୍ଟୋରି-୨’ରେ ସେ ଚୁମ୍ବନ ଦେଇଛନ୍ତି।

ଏହାର କାରଣ ମଧ୍ୟ ସେ ଏକ ସାକ୍ଷାତକାରରେ କହିଛନ୍ତି। ସେ କହିଛନ୍ତି, ମୁଁ ଚାହୁଁ ନ ଥିଲି ଏହି ନିୟମ ଭାଙ୍ଗିବାକୁ। ମାତ୍ର ସ୍କ୍ରିପ୍ଟକୁ ଦେଖି କରିବାକୁ ଯାଉଛି। ମୁଁ ସେହି ଲୋକଙ୍କୁ କିସ୍‌ ଦେବି, ଯାହାଙ୍କ ସହ ଅଧିକ ଅନ୍ତରଙ୍ଗ। ତେଣୁ ସେ ବିଜୟଙ୍କୁ ହିଁ ଏହି ସିନ୍‌ରେ ଚୁମ୍ବନ ଦେଇଛନ୍ତି।

Share