ବିବାହ କଥା ଶୁଣି ରାଗିଗଲେ ତମନ୍ନା

ଆଜିକାଲି ଅଭିନେତ୍ରୀ ତମନ୍ନା ଭାଟିଆ ଫିଲ୍ମ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରିଲିଜ ହୋଇଥିବା ରଜନୀକାନ୍ତ ଫିଲ୍ମ ‘ଜେଲର’ରେ ତମନ୍ନାଙ୍କୁ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଅଭିନେତା ବିଜୟ ବର୍ମାଙ୍କ ସହ ପ୍ରେମ ସମ୍ପର୍କ ପାଇଁ ତମନ୍ନା ଦୀର୍ଘ ଦିନ ଧରି ଆଲୋଚନାରେ ଅଛନ୍ତି। ନେଟଫ୍ଲିକ୍ସର ସିରିଜ ‘ଲଷ୍ଟ ଷ୍ଟୋରୀ ୨’ରେ ଦୁହେଁ ଏକାଠି ନଜର ଆସିଥିଲେ। ନିକଟରେ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ତମନ୍ନା। ଏହି ସମୟରେ ଜଣେ ପ୍ରଶଂସକ ତୁମେ କେବେ ବିବାହ କରୁଛ ବୋଲି ପଚାରଇଥିଲେ। ପ୍ରଶଂସକଙ୍କ ପ୍ରଶ୍ନରେ ତମନ୍ନା ବହୁତ ରାଗି ଯାଇଥିଲେ ଏବଂ ସେ କହିଥିଲେ ଯେ ମୋର ମାତାପିତା ମଧ୍ୟ ମୋତେ ଏହି ପ୍ରଶ୍ନ ପଚାରନ୍ତି ନାହିଁ। ପରେ ତାଙ୍କୁ ପଚରାଯାଇଥିଲା କି ସେ ଭଲ ପୁଅ ପାଇଛନ୍ତି କି? ଏହା ଉପରେ ସେ କହିଛନ୍ତି, ମୁଁ ବର୍ତ୍ତମାନ ମୋ ଜୀବନରେ ବହୁତ ଖୁସି।
ନେଟଫ୍ଲିକ୍ସ ସିରିଜ ‘ଲଷ୍ଟ ଷ୍ଟୋରୀ ୨’ର ସେଟରେ ସେ ବିଜୟଙ୍କ ପ୍ରେମରେ ପଡିଥିଲେ। ନିକଟରେ ବିଜୟ ଏକ ସାକ୍ଷାତକାରରେ ଅଭିନେତା କହିଥିଲେ ଯେ, ସେ କେବେବି ଇଣ୍ଡଷ୍ଟ୍ରିର କାହା ସହ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁ ନ ଥିଲି, କିନ୍ତୁ ତମନ୍ନା ଭାଟିଆଙ୍କୁ ଭେଟିବା ପରେ ମୋ ମତ ବଦଳି ଯାଇଛି।

Share